ଭୂଇଁରୁ ଉଠିନି ବନବାଟିକା; ଅସନ୍ତୋଷ ପ୍ରକାଶ କଲେ ଡିଏଫ୍ଓ


ାା ପ୍ରଭାନୁ୍ୟଜ ।ା ସୁକିନ୍ଦା: ନିର୍ବାଚନ ପୂର୍ବରୁ ସୁକିନ୍ଦା ବ୍ଲକର ୨୫ ପଞ୍ଚାୟତରେ ବନବାଟିକା ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଖଣିଜ ପାଣ୍ଠି ଅନୁଦାନରେ ବନବିଭାଗ ତତ୍ତ୍ୱାବଧାନରେ ହେବାକୁ ଥିବା ବନବାଟିକା ଅଧିକାଂଶ ପଞ୍ଚାୟତରେ ଭୂଇଁରୁ ଉଠିପାରିନି । ଯାହାକୁ ନେଇ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିବାକୁ ଆସିଥିବା ଡ଼ିଏଫ୍ଓ ପେରିବୁଲ ଅର୍ଥନେରୀ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ବ୍ଲକର ବିଭିନ୍ନ ପଞ୍ଚାୟତରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ବନବାଟିକା କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲା ଖଣିଜ ପାଣ୍ଠି ଅନୁଦାନରେ ବନବିଭାଗ ତତ୍ତ୍ୱାବଧାନରେ ସୁକିନ୍ଦା ବ୍ଲକର ୨୫ଟି ପଞ୍ଚାୟତରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନାଥିବା ବେଳେ ଲେମ୍ବୋ, ସୁକିନ୍ଦା, ବନ୍ଧଗାଁ, ମଙ୍ଗଳପୁର ଓ ଭାଲୁକିପାତଳା ଠାରେ ନିର୍ମାଣାଧୀନ ବନବାଟିକା କାର୍ଯ୍ୟ ଭୂଇଁରୁ ଉଠି ପାରିନଥିବା ଡ଼ିଏଫଓ ଦେଖିବାକୁ ପାଇଥିଲେ । ଏହି ସବୁ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ ପାଇଁ ଡିଏଫ୍ଓ ପେରିବୁଲ ଅର୍ଥନେରୀ, ଏସିଏଫ୍ ଅନିଲ କୁମାର ରାୟ ପ୍ରମୁଖ  ସମସ୍ତ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ଦୀର୍ଘଦିନ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ଓ ହୋଇଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ତକôାଳୀନ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି ରେଞ୍ଜ ଅଫିସର ହିମାଂଶୁ ଶେଖର ପୃଷ୍ଟି, ସୁକିନ୍ଦା ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ମାଝୀ, ପୂର୍ବତନ ବନାଞ୍ଚଳ ଅଧିକାରୀ ବିପିନବିହାରୀ ରାଉତରାୟ, ଫରେଷ୍ଟର ନରେଶ ଟୁଡୁ, ମନୋରମା ହୋତା, ଜିଲା ଖଣିଜ ପାଣ୍ଠି ଅଧିକାରୀ ବଳରାମ ସାହୁ, ଯନ୍ତ୍ରୀ ଜ୍ୟୋତିରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତି ଥିଲେ ।