ଅରୁଣଙ୍କ ସ୍ମୃତିଚାରଣ ସଭା

ଖଣ୍ଡପଡ଼ା :  ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଦିବଂଗତ ଲୋକପ୍ରିୟ ଜନନେତା ଅରୁଣ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶୁକ୍ରବାର ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ଅରୁଣ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅରୁଣ ପଟ୍ଟନାୟକ ସ୍ମୃତିି ପରିଷଦ ସଭାପତି ବସନ୍ତ କୁମାର ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ସାନ ଭାଇ ତୈଲୋକ୍ୟ ବିହାରୀ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଅରୁଣଙ୍କ ସ୍ମୃତିଚାରଣ କରିଥିଲେ । ସେ ଥିଲେ ପ୍ରେରଣାର ଉସô ଓ ପ୍ରଗତିର ସାରଥୀ ବୋଲି ଅତିଥିମାନେ ମତ ଦେଇଥିଲେ । ଖଣ୍ଡପଡ଼ାବାସୀଙ୍କ ହୃଦୟକୁ ଜିଣି ପାରିଥିବା ଅରୁଣ ଏବେ ବି ଜନମାନସରେ ସ୍ମୃତି ହୋଇ ରହିଛନ୍ତି ଓ ଭବିଷ୍ୟତରେ ବି ରହିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ସଦାନନ୍ଦ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ବିଜୟ କୁମାର ନନ୍ଦ, ଶୁକଦେବ ଜେନା, ଅକ୍ଷୟ ବରାଡ, ଦାଶରଥି ନାୟକ, ସୁରେଶ ବେହେରା, କୁମର ମୂଳିଙ୍କ ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳରୁ ବହୁ ଅରୁଣ ପ୍ରେମୀ ସଭାରେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସଂଗଠକ ବିଜି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।