ଘରୋଇ ହିଂସା ଓ ମହିଳା ନିରାପତ୍ତା

ସୌଭାଗ୍ୟ ରଂଜନ ମହାନ୍ତି : ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ ପାର୍ଲିଆମେଂଟରେ ପ୍ରଣୟନ ହେବାର ଇତିମଧ୍ୟରେ ଦୁଇ ଦଶନ୍ଧି ଅତିକ୍ରମ କରିସାରିଲାଣି । ଘର ଭିତରେ ମହିଳାଙ୍କୁ ହିଂସାରୁ ସୁରକ୍ଷା ଦେବା ପାଇଁ ଦୁଇ ଦଶନ୍ଧି ତଳେ ଅର୍ଥାତ ୨୦୦୫ ମସିହାରେ ଯେତେବେଳେ ଆଇନଟି ପାର୍ଲିଆମେଂଟରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା, ସେତେବେଳେ ଦେଶରେ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ନିର୍ଣ୍ଣାୟକ ମୋଡ ନେଇଥିଲା । ଘର ଭିତରେ ମହିଳାଙ୍କ ପ୍ରତି ହେଉଥିବା ହିଂସା, ଅତ୍ୟାଚାର ନିର୍ଯାତନାକୁ ଅପରାଧ ଭୁକ୍ତ କରାଯିବା ସହ ପରିବାର ଭିତରେ ମହିଳାଙ୍କୁ କେତେକ ଅଧିକାର ପ୍ରଦାନ କରାଯାଇଛି । ଏହି ଆଇନ ମଧ୍ୟ ମହିଳାଙ୍କ ପ୍ରତି ଶାରୀରିକ, ମାନସିକ, ଯୌନ ଏବଂ ଆର୍ôଥକ ନିର୍ଯାତନାକୁ ଘରୋଇ ହିଂସା ଭାବେ ଆଇନରେ ସ୍ୱୀକୃତି ଦିଆଯାଇଥିଲା । ଆହୁରି ମଧ୍ୟ ଆଇନ ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଇବା ଥିବା ସେମାନଙ୍କ ଅଧିକାର ସମ୍ପର୍କରେ ଏବେ ବି ସଚେତନ ନଥିବା ମନେହୁଏ । କେତେକ ବିଶ୍ୱାସ କରନ୍ତି ଯେ, କେବଳ ଶାରୀରିକ ନିର୍ଯ୍ୟାତନା ମାଡ ହେଉଛି ଘରୋଇ ହିଂସା । ଏହା ମଧ୍ୟ ନିସନ୍ଦେହ ଯେ, ଗ୍ରାମାଚଂଳ ଏବଂ ଅବହେଳିତ ସମାଜରେ ପତ୍ନୀଙ୍କୁ ମାଡ ଘଟଣାରେ ଏହି ଆଇନ ସହାୟତା ପ୍ରଦାନ କରେ ନାହିଁ । କାରଣ ଗାଁ ଗହଳି ଦୁର୍ଗମ ଅଂଚଳରେ ଘରୋଇ ହିଂସା ଘର ଭିତରେ ସୀମାବଦ୍ଧ ହୋଇ ରହିଯାଏ । କାରଣ ମହିଳାମାନେ ନିର୍ଯାତନା, ମାଡ ନେଇ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ବା ଅଭିଯୋଗ କରିବା ପାଇଁ କୁଣ୍ଠିତ । ଏହାର ମୂଳକାରଣ ହେଉଛି ସାମାଜିକ, ଆର୍ôଥକ ଦୁରବସ୍ଥା ଏବଂ ସମର୍ଥନର ଅଭାବ ଆଶଙ୍କା ଆହୁରି ମଧ୍ୟ ଆଇନରେ ଥିବା ବ୍ୟବସ୍ଥା ତଥା ସୁରକ୍ଷା ନିର୍ଦ୍ଦେଶ, ଆର୍ôଥକ ସହାୟତା ଏବଂ ଅଧିକାର ସତ୍ତେ୍ୱ ପରିବାର ବିରୁଦ୍ଧରେ ଯିବା ଲାଗି ପୀଡିତା ମହିଳା ଆଇନର ସହାୟତା ନେବା ଲାଗି ଆଗ୍ରହୀ ନୁହଁନ୍ତି ।

    ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ -୫(୨୦୧୯-୨୧) ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ଘରୋଇ ହିଂସା ବିରୁଦ୍ଧରେ ପଦକ୍ଷେପ ନେବା କ୍ଷେତ୍ରରେ ମହିଳାଙ୍କ ଅସହାୟତା ନେଇ ସଂକେତ ପ୍ରଦାନ କରୁଛି । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଶାରୀରିକ କିମ୍ବା ଯୌନ ନିର୍ଯାତନାର ଶିକାର ମହିଳାଙ୍କ ମଧ୍ୟରୁ ମାତ୍ର ୧୪ପ୍ରତିଶତ ମହିଳା ଆଇନର ସହାୟତା ନେଇଥାନ୍ତି । ଏପରିକି ମାନସିକ କିମ୍ବା ଆର୍ôଥକ ଗାଳିମନ୍ଦ ଘଟଣା ଅଭିଯୋଗରେ ଆଦୌ ଦୃଷ୍ଟିଗୋଚର ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁୟାରୀରୁ ମେ’ ମାସ ମଧ୍ୟରେ ଜାତୀୟ ମହିଳା କମିଶନରେ ଦାୟର ହୋଇଥିବା ମାମଲାଗୁଡିକ ମଧ୍ୟରେ ଘରୋଇ ହିଂସା ଅଭିଯୋଗ ଶୀର୍ଷରେ ରହିଛି । ସେହିପରି ୨୦୨୪ରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ମୋଟ ଅଭିଯୋଗ ମଧ୍ୟରେ କେବଳ ଘରୋଇ ହିଂସା ହେଉଛି ୨୪ପ୍ରତିଶତ ବୋଲି  କୁହାଯାଇଛି । ବହୁ ଅଭିଯୋଗ ଲୋକଲୋଚନକୁ ଆସିନଥିବା ବେଳେ ଦେଶରେ ମହିଳା ବିରୋଧୀ ହିଂସା କେତେ ବ୍ୟାପକ, ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ଯଦି ଅଦାଲତ ଗୁଡିକରେ ମାମଲାର ତ୍ୱରିତ ଫଇସଲା ନହୁଏ, ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳାମାନେ ହୁଏତ ଓହରିଯିବା ଆଶଙ୍କାକୁ ଅଣଦେଖା କରାଯାଇନପାରେ । କଥାରେ ଅଛି ‘ବିଳମ୍ବିତ ନ୍ୟାୟ ବିଡମ୍ବିତ ନ୍ୟାୟ’ ଅର୍ଥାତ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । ଅଦାଲତରେ ମାମଲାର ତ୍ୱରିତ ଫଇସଲା ସହ ଆଇନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟାପକ ପ୍ରଚାର ସହ ମହିଳାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବା ଆବଶ୍ୟକ । ସେହିପରି ଆଇନରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏବେ ସମୟ ଆସିଛି । ଅନ୍ୟଥା ଆଇନ କେବଳ ଆଇନରେ ସୀମାବଦ୍ଧ ହୋଇରହିଯିବ ।

ମୋ:୭୯୭୮୬୬୬୪୦୩