ଅଧ୍ୟାପକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍
ରସୁଲପୁର : ଶୁକ୍ରବାର ବିଳମ୍ବିତ ରାତିରେ ଧର୍ମଶାଳା ଥାନା ବାରବାଟୀ ପଞ୍ଚାୟତ ମାଣତିର ଗ୍ରାମର ଅଧ୍ୟାପକ ସୁବ୍ରତ କୁମାର ପଣ୍ଡାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ସୁବ୍ରତଙ୍କ ଘର ଝରକା ତାଢି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୭୦ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ପୁଲିସ ସନ୍ଧାନୀ କୁକୁୁର ଏବଂ ସାଇଂଟିଫିକ ଦଳକୁ ସାଙ୍ଗରେ ନେଇ ତଦନ୍ତ କରିଛି । ଖବର ମତେ ଅଧ୍ୟାପକ ସୁବ୍ରତ, ପନôୀ ଶିକ୍ଷୟତ୍ରୀ ପ୍ରେମାଞ୍ଜଳି ଓ ୧୨ବର୍ଷର ଝିଅ ରାତିରେ ଖାଇ ପିଇ ଶୋଇଥିଲେ । ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଝିଅ ରାତି ୪ଟାରେ ପାଠ ପଢିବା ପାଇଁ ଡାକି ବହି ଆଣିବାକୁ ଗଲାବେଳକୁ ଘରର ଭିତର ପଟୁ ବନ୍ଦ ଥିବା ଜାଣି ଘରର ମୁଖ୍ୟ ଦ୍ୱାର ବନ୍ଦ ଥିବା ଦେଖିଥିଲେ । ଘରର ଅନ୍ୟ ଏକ ଦ୍ୱାର ଦେଇ ବାହାରକୁ ଆସି ଦେଖିଲା ବେଳକୁ ପଛ ପଟ ଝରକା ଭାଙ୍ଗି ଦୁର୍ବୃତ୍ତ ଘରେ ଥିବା ଗଡ଼ରେଜ ଭାଙ୍ଗିବା ସହିତ ବାକ୍ସ ଭାଙ୍ଗି ନଗଦ ଦେଢ଼ ଲକ୍ଷ ଟଙ୍କା ସହିତ, ୫ଟିଚେନ, ଗୋଟିଏ ହାର, ୪ଟି ମୁଦି, ୬ହଳ କାନଫୁଲ,୨ହଳ ସଂକ୍ଷୀ, ୬ଟି ପଦକ ପ୍ରାୟ ୧୫ଭରି ସୁନା ଅଳଙ୍କାର ଓ ୫ହଳ ପାଉଁଜି ୬୦ଗ୍ରାମର ରୁପା ଅଳଙ୍କାର ଆଧାରକାର୍ଡÿ, ଏଟିଏମ କାର୍ଡ ବୀମା କାଗଜ ପତ୍ର ଚୋରି ହୋଇଥିବା ଦେଖିଥିଲେ । ସୁବ୍ରତଙ୍କ ପନôୀ ପ୍ରେମାଞ୍ଜଳି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ରଞ୍ଜନ କୁମାର ମାଝୀଙ୍କ ସମେତ ଏସ ଆଇ ରମାକାନ୍ତ ନାୟକ ସଦଳ ବେଳେ ଘଟଣା ସ୍ଥଳରେ ପହଁଚି ପଡୋଶୀଙ୍କ ସିସି ଟିଭି ତଲାସିଥିଲେ । ପରେ ଜିଲ୍ଲାରୁ ଡଗ ସ୍କ୍ୱାଡ଼ ଓ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରିଥିଲା । ଏନେଇ ୪୧୭/୨୫ରେ ଏକ ମାମଲା ରୁଜୁ କରିଥିବା ପୁଲିସ ଦୁର୍ବୃତ୍ତଙ୍କୁ ଖୁବଶିଘ୍ର ଧରାଯିବ ବୋଲି ପ୍ରକାଶ କରିଛନ୍ତି ।