ମଙ୍ଗଳା ମହୋତ୍ସବ ଉଦ୍ଘାଟିତ : ପପୁଙ୍କ ଗୀତରେ ଝୁମିଲେ ଦର୍ଶକ
କାକଟପୁର: ପୁରୀଜିଲ୍ଲାର ଅନନ୍ୟ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ କାକଟପୁରର ହାଇସ୍କୁଲ ପଡିଆରେ ଗତ ଶୁକ୍ରବାର ଦିନ ଅପରାହ୍ନ ରେ ମା ମଙ୍ଗଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ପାରମ୍ପରିକ ବାଦ୍ୟର ତାଳେ ତାଳେ ଉତ୍ସବ ସ୍ଥଳକୁ ଆଜ୍ଞାମାଳ ଏବଂ ମଶାଲ ଅଣାଯିବାପରେ ମା ମଙ୍ଗଳା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଶିକ୍ଷାବିତ ସପ୍ନେଶ୍ୱର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିକ୍ଷାବିତ ପ୍ରତାପ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ, ଓଡ଼ିଶା ସୀନେଜଗତର ପ୍ରଖ୍ୟାତ ହାସ୍ୟଭିନେତା ପପୁ ପମପମଙ୍କ କମେଡି ସୋ ଏବଂ ଭୁବନେଶ୍ୱରର ନୁପୁର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଓଡିଶୀ ନୃତ୍ୟ ଉଦଘାଟନୀ ସନ୍ଧ୍ୟାକୁ ବେଶ ମନମୁଗ୍ଧକର କରିଦେଇଥିଲା ।