ମଣିପାଲ ହସ୍ପିଟାଲରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

 ଭୁବନେଶ୍ୱର  : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ବିଶ୍ୱ ଫିଜିଓଥେରାପି ଦିବସ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ ରହିଛି ‘ସ୍ୱାସ୍ଥ୍ୟକର ବୟସ୍କ’  । ଏହି ଥିମ୍ରେ ବୃଦ୍ଧାବସ୍ଥାରେ ଶକ୍ତି, ସନ୍ତୁଳନ ଓ ଗତିଶୀଳତା ବୃଦ୍ଧିରେ ଫିଜିଓଥେରାପିର ଗୁରୁତ୍ୱକୁ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟିନୁ୍ୟଆସ୍ ଫିଜିଓଥେରାପି ଏଡୁ୍ୟକେସନ୍ (ସି.ପି.ଇ) ୭.୦ ସିରିଜର ସପ୍ତମ ସଂସ୍କରଣ ଆୟୋଜିତ ହୋଇଥିଲା, ଯେଉଁଥିରେ ଓଡିଶାର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଯୋଗଦେଇଥିଲେ । ପ୍ରତିବର୍ଷ ସେପଟେମ୍ବର ମାସ ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଏ । ଭାରତରେ ବୃଦ୍ଧାବସ୍ଥାର ଜନସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି ସନେ୍ଦଶ ଡାକ୍ତର ମାନେ ଓ ଅଂଶଗ୍ରାହୀମାନଙ୍କ ମଧ୍ୟରେ ଗଭୀର ପ୍ରଭାବ ପକାଇଲା । ଏହି କାର୍ୟକ୍ରମଟି ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ ଅନୁଷ୍ଠାନ ସହିତ ଉଦ୍ଘାଟିତ ହେଲା । ଯେଉଁଥିରେ ଡୋଗ୍ଲାସ୍ ଇଗର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ଏଲିଟ୍ ସ୍ପୋର୍ଟସ୍ ଟ୍ରେନିଂ ଯନôରେ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ କହିଥିଲେ । ସମ୍ମାନୀୟ ଅତିଥି ଭାବରେ ଏସ୍ଭି ନିତାରର ନିଦେ୍ର୍ଦଶକ ଡାକ୍ତର ପତିତପାବନ ମହାନ୍ତି,  ଅନ୍ୟତମ ଅତିଥି ଭାବରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍ ହେଡ୍ ଏବଂ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ଡାକ୍ତର ସିଦ୍ଧାର୍ଥ ମିଶ୍ର, ମଣିପାଲ ହସ୍ପିଟାଲର ବରିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଦାଶ, ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୟୁଟିନ୍ ହେଡ ବିଜୟ ଚଙ୍ଗାରଥ ଏବଂ ଫିଜିଓଥେରାପୀ ବିଭାଗର ମୁଖ୍ୟ ଶିବାନୀ ଶଙ୍କର ତ୍ରିପାଠୀଙ୍କ ସମେତ ହସ୍ପିଟାଲର ଅନ୍ୟାନ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ମାନେ ।