ମଣିଷ ସ୍ୱାର୍ଥର କଥା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମଣିଷ ସ୍ୱାର୍ଥ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ସବୁ ମଣିଷ ଅଳ୍ପ-ବହୁତେ ସ୍ୱାର୍ଥପର  । ଆଉ ପ୍ରାୟ ମଣିଷ ଆପଣାର ସ୍ୱାର୍ଥ ପୂରଣ ହୋଇଗଲେ ଅନ୍ୟ ବିଷୟରେ ଆଉ ଚିନ୍ତା କରନ୍ତି ନାହିଁ  । ନିଜର ସ୍ୱାର୍ଥ ପୂରଣ ପାଇଁ ସେ ଯେଉଁଭଳି ଆଚରଣ ଅନ୍ୟମାନଙ୍କୁ ଦେଖାଏ, ସ୍ୱାର୍ଥ ହାସଲ ହୋଇସାରିବା ପରେ ଆଉ ସେହିଭଳି ଆଚରଣ ଦେଖାଏ ନାହିଁ  । ଏ ସ୍ୱାର୍ଥକୁ ନେଇ ପ୍ରାୟ ପରିସ୍ଥିତିରେ ପ୍ରାୟ ମଣିଷ ଭାବନ୍ତି ଯେ "ଆମକୁ ସମସ୍ତେ ଭଲ ବ୍ୟବହାର କରନ୍ତୁ, କିନ୍ତୁ ଆମେ କାହାକୁ ଭଲ ବ୍ୟବହାର ଦେଖେଇବୁ ନାହିଁ  ।'' ଯିଏ ଅନ୍ୟକୁ ଛି' ଛା' କରେ, ତା' ଭାଗରେ ମଧ୍ୟ ସେଇଟା ଥାଏ  । ଚଞ୍ଚଳ କି ବିଳମ୍ବେ ପ୍ରାପ୍ତ ହେବାଟା ସୁନିଶ୍ଚିତ  ।  
ଜଣେ ଅନ୍ୟ ଠାରୁ ଯେଉଁଭଳି ଆଚରଣ ଚାହେଁ, ଅନ୍ୟକୁ ସେହିଭଳି ଆଚରଣ ମଧ୍ୟ ଦେଖାଇବା ଉଚିତ୍  । ବିଶ୍ୱବିଜୟୀ ଯୋଦ୍ଧା ଆଲେକ୍ଜାଣ୍ଡାର୍ ଏବଂ ରାଜା ପୁରୁଙ୍କ ଲଇର କଥା ଆପଣ ଜାଣିଥିବେ ନିଶ୍ଚୟ  । ଆଲେକ୍ଜାଣ୍ଡାର୍ଙ୍କ ନିକଟରେ ରାଜା ପୁରୁ ହାରିଯାଇଥିଲେ ମଧ୍ୟ "ଜଣେ ରାଜା ଭାବରେ ରାଜା ପରି ସମ୍ମାନର ହକ୍ଦାର୍?'' ବୋଲି ଆଲେକଜାଣ୍ଡାର୍?ଙ୍କୁ ଶୁଣାଇ ଦେଇଥିଲେ  । ମାତ୍ର ଏତିକି କଥାରେ ବିଶ୍ୱବିଜୟୀ ଆଲେକଜାଣ୍ଡାର୍ ପୁରୁଙ୍କ ନିକଟରେ ହାରିଗଲେ  । ବିଜୟ ସତ୍ତ୍ୱେ ଆଲେକଜାଣ୍ଡାର୍ଙ୍କର ପରାଜୟ ଏକ ଐତିହାସିକ ଘଟଣା ହୋଇ, ଚିରଦିନ ପାଇଁ ରହିଗଲା  ।
ଏତିକିିରୁ ଏହା ଶିକ୍ଷା ମିଳେ ଯେ ନିଜେ ଅନ୍ୟକୁ ଯେଉଁ ପ୍ରକାରର ବ୍ୟବହାର ଦେଖାଉ ଠିକ୍ ସେହିଭଳି ବ୍ୟବହାର ନିଜକୁ ମିଳିବ ବୋଲି ଆଶା କରିବା ଉଚିତ୍  । ଅନ୍ୟମାନଙ୍କୁ ଭଲ ବ୍ୟବହାର ଦେଖାଇଲେ ଅନ୍ୟମାନେ ନିଶ୍ଚିତ ରୂପେ ଭଲ ବ୍ୟବହାର ଦେଖାଇବେ  । କିନ୍ତୁ ଅନ୍ୟମାନଙ୍କ ପ୍ରତି ନିକୃଷ୍ଟ ବ୍ୟବହାର ଦେଖାଇ ଅନ୍ୟମାନଙ୍କ ଠାରୁ ଉତ୍ତମ ବ୍ୟବହାର ଆଶା କରିବା ଏକ ବୋକାମୀ  । ହଁ, ଏକଥା ମଧ୍ୟ ସତ ଯେ କିଛିଲୋକଙ୍କୁ ଯେତେ ଭଲ ବ୍ୟବହାର କଲେ ମଧ୍ୟ ସେମାନେ ଅନ୍ୟକୁ ଆୌ ଭଲ ବ୍ୟବହାର କରନ୍ତି ନାହିଁ  । 
ଧନ, କ୍ଷମତାର ଲୋଭ, ପଦପଦବୀ ଆଦି ମଣ୍ଡନ କରୁଥିବା ବ୍ୟକ୍ତି ସାଧାରଣତଃ ଅନ୍ୟମାନଙ୍କ ଠାରୁ ଏକ ସମ୍ମାନଜନକ ବ୍ୟବହାର ଆଶା କରେ  । କିନ୍ତୁ ଅନ୍ୟମାନଙ୍କୁ ଏଭଳି ପଦପଦବୀରେ ଥିବା ବ୍ୟକ୍ତିମାନେ ସମ୍ମାନ ଦିଅନ୍ତି ନାହିଁ କିମ୍ବା ସେମାନଙ୍କୁ ସମାଜର ସଭ୍ୟ ଗୋଷ୍ଠୀର ମଣିଷ ଭାବରେ ସ୍ୱୀକୃତି ମଧ୍ୟ ଦିଅନ୍ତିି ନାହିଁ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।