ନୂତନ ପୌର ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଜଟଣୀ : ଜଟଣୀ ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଆକୃତି ଗୋଏଙ୍କା ଯୋଗଦେଇଛନ୍ତି । ପୌର କାର୍ଯ୍ୟାଳୟରେ ତାଙ୍କୁ ସମସ୍ତ କର୍ମଚାରୀ, ନଗରପାଳ, ଉପାଧ୍ୟାକ୍ଷା ଓ କାଉନସିଲରଙ୍କ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପୂର୍ବରୁ ସେ ବହୁ ଏନି୍ଏସିରେ ସଫଳତାର ସହିତ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଏଠାରେ ଯୋଗ ଦେବା ପୂର୍ବରୁ ସେ ସମ୍ବଲପୁର ପୌରପାଳିକାରେ କାର୍ଯ୍ୟ କରୁଥିଲେ ।