୫୦ ୟୁନିଟ୍ ରକ୍ତ ସଂଗ୍ରହ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମ ମହାବୀର କ୍ଲବ୍ ଆନୁକୂଲ୍ୟରେ ଗୌରାଙ୍ଗ ଚରଣ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତିମୟୀ ଜେନା, ସମ୍ମାନିତ ଅତିଥି ଭାବେ ବଳଦିଆବନ୍ଧ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁବାଷ ହାତୀ, ସମାଜସେବୀ ଅକ୍ଷୟ ଜେନା ଓ ଶଙ୍କର୍ଷଣ ଜେନା, ପୂର୍ବତନ ସରପଞ୍ଚ ଜୟକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ଲବ୍ର ସଭାପତି ରୁଦ୍ରାକ୍ଷ ସାହୁ, ସଂପାଦକ ପ୍ରଦୋଶ ଜେନା, କୋଷାଧ୍ୟକ୍ଷ ଅଂଶୁମାନ ରାଉତ, ସଭ୍ୟ କୁମାର ଅଭିଜିତ୍, ଗୋପାଳ ବେହେରା, ରାଜନିଶ୍ ଜେନା, ମୋହନ ବିଶ୍ୱାଳ, ଅରବିନ୍ଦ ହାତୀ, ନିର୍ମଳ ବେହେରା, ଲିଙ୍ଗରାଜ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଢେଙ୍କାନାଳ ରକ୍ତ ଭଣ୍ଡାର ନର୍ସିଂ ଅଧିକାରୀ ବିନୋଦିନୀ ଯୋଗାଣିଆ, ଲାବୋରଟୋରୀ ଟେକ୍ନିସିଆନ୍ ରାକେଶ କୁମାର ବେହେରା, ଆଟେଣ୍ଡାଂଟ୍ ଅଜୟ ସ୍ୱାଇଁ, ବରୁଣ ସାହୁ, ତପନ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଢେଙ୍କାନାଳ ବଜରଙ୍ଗ କ୍ଲବ୍ର ସନ୍ଦୀପ ଷଡଙ୍ଗୀ, ସଞ୍ଜୀବ ପଣ୍ଡା, ବିଶ୍ୱଜିତ୍ ବେହେରା, ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିପ୍ରକାଶ ବେହେରା, ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।