ବାମ୍ବୋକାଫେ ନିର୍ମାଣ କରି ଠିକାଦାର ହତାଶ, ଟଙ୍କା ନେଇ ଯନ୍ତ୍ରୀ ଛୁ
ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳରେ ବାମ୍ବୋ କାଫେ ନିର୍ମାଣକୁ ୩ବର୍ଷ ବିତିଲାଣି । ଠିକାଦାର ଟଙ୍କା ପାଇନଥିବା ବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବଦଳି ହୋଇ ଅନ୍ୟ ବ୍ଲକକୁ ଚାଲିଯିବା ସହ ସବୁ ଟଙ୍କା ଉଠାଇ ନେଇଥିବା ନେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ ହୋଇଛି । କାମ କରିଥିବା ଠିକାଦାର ସନ୍ତୋଷ ମହାନ୍ତି ୨୦୨୪ ଡିସେମ୍ବର ୩୦ରେ ତାଳଚୁଆଠାରେ ହୋାଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାମଧ୍ୟରେ ୭ମାସ ବିତିବାକୁ ବସିଲାଣି । ସେ ନ୍ୟାୟ ପାଇପାରି ନାହାନ୍ତି । ତାଙ୍କର ଅଭିଯୋଗ ଅନୁଯାୟୀ ତକôାଳୀନ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ନାୟକଙ୍କ ନାମରେ କାର୍ଯ୍ୟାଦେଶ ଥିବାରୁ ସେ ସମସ୍ତ ଟଙ୍କା ଉଠାଇ ନେଇଯାଇଛନ୍ତି । ଦୁଇ ଲକ୍ଷ ଟଙ୍କା ଲାଂଚ ଦେଲେ ସମସ୍ତ ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି । ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାରୁ କାମ କରୁଥିବା ଠିକାଦାରମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିତରକନିକା ଅଂଚଳରେ ବାମ୍ବୋକାଫେ ନିର୍ମାଣ କରି ସରକାର ଓ ସ୍ଥାନୀୟ ପ୍ରଶାସନ ବାହାବା ନେଇଥିବା ବେଳେ କାର୍ଯ୍ୟ କରିଥିବା ଠିକାଦାରଟି ନିଜର ପ୍ରାପ୍ୟ ପାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ନୂତନ ଜିଲ୍ଲାପାଳ ତାଙ୍କ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।