ମଦୁଆଙ୍କ ଆଡ୍ଡାସ୍ଥଳୀ ଯାତ୍ରୀ ବିଶ୍ରାମାଗାର

 ଦାନଗଦୀ: ଦାନଗଦୀ ବଜାର ପାଖରେ ଥିବା ମିଲିଟାରୀ ଛକ ଏକ ଚାରିଛକ । ଏହି ଜନ ବହୁଳ ଗୋଲେଇ ଛକଟିରେ ବ୍ୟାସନଗର, ନୂଆଗଡ ଆଦର୍ଶ ଥାନା କେନ୍ଦୁଝର ରୋଡ଼ ଅନ୍ୟ ପଟେ ସୁକିନ୍ଦା ଡ଼ୁବୁରୀ ଓ ଯଖପୁରା ପଙ୍କପାଳକୁ ଯାତାୟାତ କରିବା ପାଇଁ ସଂଯୋଗ ସ୍ଥାନ । ଖରା ବର୍ଷାରେ ଟିକେ ମୁଣ୍ଡ ଗୁଞ୍ଜି ଯାତ୍ରୀ ମାନେ ବିଶ୍ରାମ ନେବା ପାଇଁ ଏକ ଯାତ୍ରୀ ବିଶ୍ରାମାଗାର ରହିଛି । ହେଲେ ସଂପୃକ୍ତ ବିଶ୍ରାମ ଗାରଟିରେ ମହିଳା ଓ ଭଦ୍ର ଲୋକ ପଶିବାକୁ ଭୟ କରୁଛନ୍ତି । ବିଶ୍ରାମ ଗାରଟି ମଦୁଆ ଓ ଅସାମାଜିକ ତତ୍ୱଙ୍କ ଖଟି ସ୍ଥାନ ପାଲଟିଯାଇଛି । ମଦ ପିଇ ବୋତଲ, ଜରି ଗ୍ଲାସ, ଗୁଟୁଖା ଜରି, ସିଗାରେଟ ପକାଇ ଅଳିଆ କରୁଛନ୍ତି । ଏପରି ଜନ ବହୁଳ ଛକଟିରେଏକ ଶୌଚାଳୟ ନାହି କି ପରିସ୍ରା ଗାରଟିଏ ନାହିଁ । ଖାଲି କମ୍ପାନ ମାନେ ନିଜର ନା ଲେଖି ଗୋଲେଇ ଟ୍ରାଫିକ ପୋଷ୍ଟରେ ବୋର୍ଡ ମାରୁଛନ୍ତି । ନେତା ଓ ବିଭିନ୍ନ କମ୍ପାନୀ ମାନେ ବଡ଼ ବଡ଼ ହୋଡିଂ ଏହି ଛକର ଚାରିପାଖରେ ଛାଇ ଦେଉଛନ୍ତି ।  ଏହି ଛକଟିରେ ବିଜୁ ବାବୁଙ୍କର ପ୍ରତିମୂର୍ତି ଅଛି, ରାଜନେତା ମାନେ ଏହି ଛକ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ପ୍ରତି ବର୍ଷ କରିଥାନ୍ତି । ସବୁ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଆନେ୍ଦାଳନର ପ୍ରମୁଖ ସ୍ଥଳୀଏହି ଛକଟି ଉପରେ ସମସ୍ତଙ୍କର ଫୋକସ ରହିଥିବା ବେଳେ ଯାତ୍ରୀ ବିଶ୍ରାମଗାର ଉପରେ କାହାର ନଜର ପଡ଼ୁନି କି ଶୈାଚାଳୟ କି ପରିଶ୍ରାଗାର ନିର୍ମାଣ ଦିଗରେ ଉଦ୍ୟମ କରୁ ନାହାନ୍ତି ।  ସବୁଠାରୁ ବଡ଼ କଥା ହେଲା ଏହି ଛକର ସୁରକ୍ଷା ପାଇଁ ପାଇଁ ପୁଲିସ ସବୁବେଳେ ଏଠାରେ ମୁତୟନ ଥିବା ଦେଖିବାକୁ ମିଳେ ସତ ହେଲେ ଯାତ୍ରୀ ବିଶ୍ରାମଗାର ଉପରେ ଦୃଷ୍ଟି ପକାଉ ନାହାନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।