‘ମନ କୀ ବାତ୍’ ଶୁଣିଲେ ବିଧାୟକ
କେନ୍ଦ୍ରାପଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ତେରଗାଁ ପଞ୍ଚାୟତରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସହିତ ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକ ଶୁଣିଛନ୍ତି । ମନ୍ କି ବାତ୍ ଦ୍ୱାରା ପ୍ରଧାନମନ୍ତ୍ରୀ ଆମକୁ ଅନେକ ପ୍ରେରଣା ଦାୟକ ଶିକ୍ଷା ଦେଉଛନ୍ତି । ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବାର ବ୍ୟବସ୍ଥା କରାଯାଉଛି ବୋଲି ବିଧାୟକ କହିଥିଲେ । ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି । ଏହାର ସଫଳ ରୂପାୟନ ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ କିଭଳି ଅଧିକରୁ ଅଧିକ ଲୋକ ପାଇପାରିବେ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛି । ଅଞ୍ଚଳବାସୀଙ୍କ ଯେଉଁ ଆଶା, ଆକାଂକ୍ଷା ଏବଂ ଦାବି ରହିଛି ତାହାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ସରପଂଚ ବିଦ୍ୟାଧର ସ୍ୱାଇଁ, ବରିଷ୍ଠ ନେତା ପ୍ରଦୀପ ସେଠୀ, ରାଜ୍ୟ ପରିଷଦ ସଭ୍ୟ କୁମର କାନ୍ତ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ, ହୃଷୀକେଶ ଦାସ, ସରୋଜ ମହାପାତ୍ର, ଖଗେଶ୍ୱର ବେହେରା, ଜଗନ୍ନାଥ ରାଉତ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ ପଞ୍ଚାୟତର ବୁଦ୍ଧିଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବୃକ୍ଷ ରୋପଣ କରିଥିଲେ ।