ମନମୋହନଙ୍କୁ ଭେଟିଲେ ନିଲମ୍ବିତ ସଦସ୍ୟ
ଭୁବନେଶ୍ୱର : ରାଜ୍ୟରେ ବହୁ ଚର୍ଚ୍ଚିତ ବିଏମସି ଅତିରୀକ୍ତ କମିଶନର ରନôାକର ସାହୁଙ୍କୁ ଆକ୍ରମଣ ଘଟଣାରରେ ବିଜେପି ଦଳରୁ ନିଲମ୍ବିତ ହୋଇଥିବା ୪ ଜଣ ସଦସ୍ୟ, ରଶ୍ମୀରଞ୍ଜନ ମହାପାତ୍ର, ସଞ୍ଜୀବ ମିଶ୍ର, ସଚ୍ଚିକାନ୍ତ ସ୍ୱାଇଁ ,ଦେବାଶିଷ ପ୍ରଧାନ ଓ କର୍ପୋରେଟର ଜୀବନ ରାଉତ ଆଜି ବିଜେପି କାର୍ଯ୍ୟାଳୟ ଯାଇ ରାଜ୍ୟ ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ସୌଜନ୍ୟ ମୁଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରର୍ଥୀ ଜଗନ୍ନାଥ ପ୍ରଧାନ ଉପସ୍ଥିତଥିଲେ । ଏହି ୫ ଜଣ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିଛି । ଏ ସାକ୍ଷାତକୁ ରାଜନୌତିକ ଦୃଷ୍ଟିକଣରୁ ଏହା ବେଶ ଚର୍ଚ୍ଚାର ବିଷୟ ହୋଇଛି ।