ମନରେଗାରେ ଅନିୟମିତତା ତଦନ୍ତ ଦାବି କଲେ ଗ୍ରାମବାସୀ
ନିମାପଡା: ଜନସାଧାରଣଙ୍କ ମଙ୍ଗଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତନ୍ମଧ୍ୟରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନାର ଅସଲ ଉଦେ୍ଦଶ୍ୟ ହେଉଛି ଗରିବ ଶ୍ରେଣୀର ଲୋକଙ୍କୁ ଏଥିରେ ସାମିଲକରୀ ସେମାନଙ୍କ ଶ୍ରମ ବିନିମୟରେ ସେମାନଙ୍କୁ ଆର୍ଥିକ ସ୍ୱଛଳ କରିବା । ମାତ୍ର ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ବାହାରଣା ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତ ଅଧିନସ୍ଥ ଓଡ଼ଗୁଆଁ ମୌଜାର ଜୟ କୃଷ୍ଣ ଭାରତୀ ଘରଠାରୁ ବାଇଦିପଡ଼ା ବଂଶୀଧର ସାହୁ ଘର ପର୍ଯ୍ୟନ୍ତ ନାରଣଠେଙ୍ଗ ରାସ୍ତାକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବାହାରଣା ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅନୁରକ୍ତା ଦାଶ ଦୁଇ ତିନି ଜଣ ପଞ୍ଚାୟତସ୍ତରୀୟ ବିଜେଡି ନେତାଙ୍କୁ ଧରି ରାସ୍ତା ଦେଖିବାକୁ ଯାଇଥିଲେ । ଠିକ୍ ତା ପରଦିନ ହଠାତ୍ ଜେସିବି ମେସିନ୍ ଆସି ନାରଣଠେଙ୍ଗରେ ଥିବା ଗୋଚରରୁ ମାଟି ଖୋଳିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀମାନେ ଫୋନ୍ ଯୋଗେ ଅଗରକୋଠବାଡ ରାଜସ୍ୱ ନିରୀକ୍ଷକଙ୍କୁ କିପରି ଭାବେ ଗୋଚର ଜମିରୁ ମାଟି ଉଠୁଛି ବୋଲି ପଚାରିବାରେ ବ୍ଲକର କନିଷ୍ଠ ଯନ୍ତ୍ରୀ କୁଆଡେ ତାଙ୍କୁ ଗୋଚରରୁ ମାଟି ଉଠାଇବାକୁ ଅନୁରୋଧ କରିଥିଲେ । ବୋଲି ସେ କହିଥିଲେ । ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କିଭଳି ଭାବେ ଜେସିବି ଲଗାଇ ଗୋଚର ଜମିରୁ ମାଟି ତାଡ଼ିବାକୁ ନିଦେ୍ର୍ଦଶ ଦେଲେ ତାହା ସାଧାରଣରେ ଚର୍ଚ୍ଚା ହେଉଛି । ତୁରନ୍ତ ଏହି ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା ସହିତ ଘଟଣା ପ୍ରତି ଉପମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଓଡ଼ଗୁଆ ରାଜସ୍ୱ ଗ୍ରାମର ଓଡ଼ମେମ୍ବର ରାଧା ମହାରଣା, ଭାଗ୍ୟଧର ଓଝା, ସୁରେଶ ଓଝା, ହେମନ୍ତ ବାରିକ, ଅଶୋକ ସାହୁ, ପର୍ଶୁରାମ ସାହୁ, ଭୀମସେନ ସାହୁ, ଟୁନିଆ ସାହୁ ଓ ରଞ୍ଜନ ସାହୁ ପ୍ରମୁଖ ଦାବି କରିଛନ୍ତି ।