ଫାଇଲେରିଆ ଔଷଧ ବଣ୍ଟନ କାର୍ଯ୍ୟକ୍ରମ
ଆସିକା : ଆସ୍କା ବ୍ଲକ ସ୍ଥିତ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମୁନିଗାଡି ସ୍ୱାସ୍ଥ୍ୟ ସେବା କେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗହଂଗୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଡାକ୍ତର ମନୋଜ କୁମାର ସ୍ୱାଇଁ, ଡାକ୍ତରୀ ଟିମର ରାମ ଚନ୍ଦ୍ର ଗୌଡ଼, ସୋମନାଥ ସାହୁ, ଇ ସଙ୍ଗୀତା ପାତ୍ର ପ୍ରମୁଖ ଉପସ୍ଥିତ ରହି ଫାଇଲେରିଆ ଓ ତାର ନିରାକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ସହ ଔଷଧର ପ୍ରଭାବ ସମ୍ପର୍କ ବିଶଦ ଆଲୋଚନା କରିଥିଲେ । ଏଥିସହିତ ଉଭୟ +୨ ଓ +୩ ଛାତ୍ରଛାତ୍ରୀ ଆଗ୍ରହ ସହ ଓଆରଏସ ଏବଂ ଫାଲେରିଆ ବଟିକା ସେବନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟକ୍ଷପିକା ଯୋଗ ଦେଇଥିଲେ ।