ବିଜେପିର ଏକବର୍ଷ ପୂର୍ତ୍ତି ଉପଲକ୍ଷେ କର୍ମଶାଳା

ବାଲେଶ୍ୱର : ସେବା ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ରରେ ୧୧ ବର୍ଷର ଓ ରାଜ୍ୟରେ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଖାନନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରଜ୍ୟ ବିଜେପି ସମ୍ପାଦକ ସରୋଜ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ବିଜେପି ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ନାରାୟଣ ମହନ୍ତ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୩.୦ରେ ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାରେ ସମସ୍ତବାସୀଙ୍କ ପାଇଁ କିପରି ଖୁସିର ଲହରୀ ଖେଳିଥିଲେ ସେ ବିଷୟରେ ସାଂସଦ ଶ୍ରୀ ଷଡଙ୍ଗୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ, ମମତା ମହାପାତ୍ର, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ରେଣୁ ବିଶ୍ୱାଳ, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ଯୁବ ନେତା ଚନ୍ଦ୍ର ଶେଖର ନନ୍ଦଙ୍କ ସମେତ ସମସ୍ତ ମଣ୍ଡଳ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପ୍ରବକ୍ତା ବିଭୁପଦ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ଏହି ଉପଲକ୍ଷେ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।