ମିଶନଶକ୍ତି ପୁନଃଗଠନ ନିଷ୍ପତ୍ତିି ମହିଳାଙ୍କ ସହ ବିଶ୍ୱାସଘାତକତା
ଯାଜପୁର : ରାଜ୍ୟରେ ପ୍ରାୟ ୨୫ ବର୍ଷ ହେଲା ମିଶନ ଶକ୍ତିକୁ ସଦୃଢ କରିଥିବା ମହିଳାଙ୍କ ମଧ୍ୟରୁ ଅନେକ ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ଭୋଟ ଦେଇଛନ୍ତି । ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ଏକ ହଜାର ଲେଖାଟଙ୍କା ଦେବା ପାଇଁ ବିଜେପି ନେତାମାନେ ଅନେକ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରି ମିଶନ ଶକ୍ତିକୁ ସଦୃଢ କରିଥିବା ମହିଳା ମାନଙ୍କ ଗାଦିଚୁ୍ୟତ କରିବା ପାଇଁ ଏହାର ପୁନଃଗଠନ ନିଷ୍ପତି ମହିଳାଙ୍କ ସହ ବିଶ୍ୱାସ ଘାତକତା ବୋଲି ଯୁବନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି । ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଏହାର ପୁନଃବିଚାର କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସତୀଶ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି ଯେ, ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଗତ ୨୭ମାର୍ଚ୍ଚରେ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ପତ୍ର ନଂ ବର-୨୩୬୫ ଲେଖି ମିଶନ ଶକ୍ତିର ପୁନଃଗଠନ ପାଇଁ ପତ୍ର ଲେଖିଛନ୍ତି । ଭୁବନେଶ୍ୱରରେ ଆନେ୍ଦାଳନରତ ମିଶନ ଶକ୍ତିର ମହିଳାମାନେ ଉପ ମୁଖ୍ୟମନ୍ତ୍ରୀଙ୍କ କଥାରେ ଭରସାକରି ଆନେ୍ଦାଳନ ପ୍ରତ୍ୟାହାର କରିବା ପରଦିନ ଏଭଳି ଚିଠି ପ୍ରଦାନ କରାଯିବା ଦୁର୍ଭାଗ୍ୟଜନକ । ଏହି ମହିଳା ବିଜେପିକୁ ଭୋଟ ଦେଇ ନଥିଲେ ରାଜ୍ୟରେ ସରକାର ପରିବର୍ତନ ହୋଇନଥାନ୍ତା । ମିଶନ ଶକ୍ତିର ସମୃଦ୍ଧି ପାଇଁ ସରକାର କିଛି ନୂଆ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପୂର୍ବରୁ ଏହାର ପୁନଃଗଠନ ନିଷ୍ପତି ସିଧାସଳଖ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ସରକାର ଆକ୍ରମଣାତ୍ମକ ନହୋଇ ଏଥିନେଇ କିଛିଦିନ ଧ÷ର୍ଯ୍ୟ ଧରିବାରେ ଥିଲା । ଏଥନେଇ ସକାରାତ୍ମକ ଦିଗରେ କାର୍ଯ୍ୟ କରି ଏହାକୁ ପ୍ରତ୍ୟାହାର କଲେ ସାଧାରଣରେ ସରକାର ଅଧିକ ଗ୍ରହଣୀୟ ହେବେ । ନଚେତ ଗାଁ ଗାଁରେ ଏଥିପାଇଁ ଲଙ୍କାକାଣ୍ଡ ହୋଇ ସୃଷ୍ଟି ହେବାକୁ ଯାଉଥିବା ଅସନ୍ତୋଷର ନିଆଁରେ ଲଙ୍କା ପୋଡିହେବ । ସତୀଶ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷପତି ଦିଦି ତାଲିମ, ବ୍ଲେଜର ପ୍ରଦାନ ଆଦି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ନେଇ ଅସନ୍ତୋଷ କୁହୁଳୁଛି ।
ଏକ୍ଷେତ୍ରରେ ବିଜେପି ସରକାରଙ୍କ ଆଭିମୁଖ୍ୟ ଲୋକାଭିମୁଖୀ ଥିଲେ ମଧ୍ୟ ତଳସ୍ତରର ନେତାମାନଙ୍କ ନକାରାତ୍ମକ ମାନସିକତା ପାଇଁ ଅନେକ କ୍ଷେତ୍ରରେ ସରକାର ଜନ ବିରୋଧୀ ହୋଇଛି । ସରକାର ମିଶନ ଶକ୍ତିର ପନଃଗଠନ ନିଷ୍ପତି ପ୍ରଚାର ହେବା ପରେ ବିଭିନ୍ନ ଗାଁରେ କ୍ଷମତାସୀନ ଦଳର କର୍ମୀ ମାନେ ନୂଆ କର୍ମକର୍ତ୍ତାଙ୍କୁ ମାସିକ ଆକାରରେ ଅର୍ଥ ପ୍ରଦାନ କରାଯିବାର ମିଛ ପ୍ରଚାର ଚଲାଇଛନ୍ତି । ଫଳରେ ଦୀର୍ଘଦିନ ଧରି ଏହି ସବୁ ସଂଗଠନର ନେତୃତ୍ୱ ନେଉଥିବା ମହିଳା ମାନଙ୍କୁ ପରିବର୍ତନ ପାଇଁ ପ୍ରକିୟା ଆରମ୍ବ ହେଉଛି । ହେଲେ ମିଛର ପ୍ରଭାବ କିଛିଦିନ ପାଇଁ ଚାଲିଥାଏ । କିନ୍ତୁ ସତ୍ୟ ଲୋକ ଲୋଚନକୁ ଆସିବା ପରେ କେବଳ ସରକାର ହିଁ କ୍ଷତିଗ୍ରସ୍ତ ହେବ । ବିଜୁଜନତା ଦଳ ଏହିଭଳି କିଛି ଭୁଲ ଏବଂ ସ୍ୱେଚ୍ଛାଚାର କାର୍ଯ୍ୟ କରିଥିବାରୁ ସରକାର ବଦଳିଗଲା । ବିଜେପି ଏହାର ପୁନରାବୃତ୍ତି ନକରୁ । ଏଥିପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ହସ୍ତକ୍ଷେପ କରି ମହିଳାଙ୍କ ଭାବାବେଗକୁ ସମ୍ମାନ ଦେଇ ଏଭଳି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ମିଶନ ଶକ୍ତିର ବହୁ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି ।