ବିଭିନ୍ନ ଶୈବପୀଠରେ ଶିବବିବାହ

ବିଭିନ୍ନ ଶୈବପୀଠରେ ଶିବବିବାହ

ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉସôବମୁଖର ଆରଡିପୀଠ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦେବଦମ୍ପତି । ବୈଦିକ ରୀତିନୀତି ଅନୁଯାୟୀ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ଘଣ୍ଟାକୀର୍ତ୍ତନ, ଛତ୍ର ଆଲଟ ଚାମର ଦ୍ୱାରା ଏକ ସୁସଜ୍ଜିତ ପାଲିଙ୍କିରେ ନିଜ ଘରକୁ  ନେବା ପରେ ୭ଜଣ ମହିଳାଙ୍କ ଦ୍ୱାରା ହଳଦୀ, ପଞ୍ଚାମୃତରେ ମଙ୍ଗଳକୃତ୍ୟ ନୀତି କରାଯାଇଥିଲା । ପରେ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା । ଭୋର ୪ଟାରେ ମଣିବାବାଙ୍କ ପହଡ ଖୋଲିବା ପରେ ଦୈନନ୍ଦିନ  ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ସହ ସମସ୍ତ ସକାଳ ନୀତି ୧୦ଟା ସୁଧା ସରିବା ପରେ କନ୍ୟାପିତାଙ୍କ ଘରୁ ପବନପୁତ୍ର ହନୁମାନ ବରଧରା ରୂପେ ବରଣ କାର୍ଯ୍ୟ ନିମନ୍ତେ ବରପିତାଙ୍କ ଘରକୁ ଗମନ କରିଥିଲେ  । ଏଥିପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ୱର ଓ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥିଲେ  । ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ  ହେବା ସହିତ  ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା  । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀଧାମର ସାହିମେଢ ନୃତ୍ୟ, ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ, ପଶ୍ଚିମବଙ୍ଗ ମେଦିନପୁରର ମୟୁରଚୂଳିଆ ବାଦ୍ୟ ଦଳଙ୍କ ସହ ବ୍ରହ୍ମପୁରର ଯୋଡିଶଙ୍ଖ ନୃତ୍ୟ, ରାଜସ୍ଥାନର ଓଘୋରୀ ଆଦି ପାରମ୍ପରିକ ବାଦ୍ୟ ଓ ନୃତ୍ୟ କଳାକାରମାନେ ନିଜ କଳା ପ୍ରଦର୍ଶନ କରିଥିଲେ । ଶିବ ବିବାହ ଉତ୍ସବ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା  । ଲକ୍ଷାଧିକ ଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉସôବ ସମ୍ପନ୍ନ ହୋଇଛି ବୋଲି ମନ୍ଦିରର ସେବାୟତ କହିଛନ୍ତି  ।

ପୁରୀ : ଶ୍ରୀକ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରମାନଙ୍କରେ ମହାଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଛି ଶିବବିବାହ ଉସôବ । ବୈଦିକ ରୀତିରେ ଦେବଦେବ ମହାଦେବ ଦେବୀ ପାର୍ବତୀଙ୍କୁ ବିବାହ କରିଛନ୍ତି । ଶିବ ଓ ପାର୍ବତୀଙ୍କୁ ପୂଜକମାନେ ବର ଓ ବଧୂ ବେଶରେ ସଜାଇ ବୈଦିକ ରୀତିରେ ବିବାହ ସମ୍ପନ୍ନ କରିଥିଲେ । ହରପାର୍ବତୀଙ୍କୁ ସୁନ୍ଦରଭାବେ ବେଶ କରାଯିବା ସହିତ ଘଣ୍ଟଘଣ୍ଟା ଓ ଅନ୍ୟାନ୍ୟ ବାଦ୍ୟଧ୍ୱନି ମଧ୍ୟରେ ସମ୍ପନ୍ନ ହୋଇଥିଲା ଶୁଭ ପରିଣୟ ଉସôବ । ଠାକୁର ଠାକୁରାଣୀଙ୍କୁ ନବବସ୍ତ୍ର ଓ ମୁକୁଟ ଆଦି ଲାଗି କରାଯିବା ସଙ୍ଗେ ସଙ୍ଗେ ଶୀତଳ ଭୋଗ ସମର୍ପିତ ହୋଇଥିଲା । ଗୋପାଳ ବଲ୍ଲଭ ରୋଡ଼୍ ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ଶିବପାର୍ବତୀ ବିବାହ ଉସôବ । ମନ୍ଦିରର ପୂଜକ ପୂର୍ଣ୍ଣଚନ୍ଦ୍ର ପାଢୀ ଭକ୍ତିପୂତ ପରିବେଶ ମଧ୍ୟରେ ବିବାହ ବିଧି ସମ୍ପନ୍ନ କରିଥିଲେ । ସେହିପରି ନବକଳେବର ରୋଡ଼ ସ୍ଥିତ ଆଖଣ୍ଡଳମଣି ମନ୍ଦିର, କଲେଜ ଛକ ନିକଟସ୍ଥ ରାମେଶ୍ୱର ମନ୍ଦିର, ସର୍ବୋଦୟ ନଗର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ଆଳିକିଆର ଗ୍ରାମେଶ୍ୱର ମନ୍ଦିରରେ ପ୍ରଭୁ ଗ୍ରାମେଶ୍ୱର ଦେବୀ ପାର୍ବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଏତଦ୍ବ୍ୟତିତ ସହରର ଅନ୍ୟାନ୍ୟ ଶୈବପୀଠ ମାନଙ୍କରେ ମଧ୍ୟ ଶିବ ବିବାହ ନୀତି ସଂପନ୍ନ ହୋଇଥିଲା ।

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକର ଫତେପୁର ସ୍ୱପ୍ନେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉସôବ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ମଙ୍ଗଳପାକ ଅନୁଷ୍ଠିତ ହୋଇଥିଲା । କନ୍ୟା କର୍ତ୍ତା ବିଷ୍ଣୁଚରଣ ଦାସ ଓ କର୍ତ୍ତୀ ମମତା ଦାସ କନ୍ୟାଦାନ କରିଥିଲେ । ଯୌତୁକ ଭାବେ ଶ୍ମଶାନ, ଷଣ୍ଢ, ନାଗ ଆଦି ଦାନ କରାଯାଇଥିଲା । ବରକର୍ତ୍ତା ଦିଲ୍ଲିପ କୁମାର ନାୟକ ଓ କର୍ତ୍ତୀ ଉତ୍ତମାରାଣୀ ନାୟକ ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟପୂଜନ ଜଗନ୍ନାଥ ପଣ୍ଡା, ନାରାୟଣ ପଣ୍ଡା, ପ୍ରସନ୍ନ ପଣ୍ଡା, ଜଗନ୍ନାଥ ପଣ୍ଡା(ଜଗୁନନା) ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଶନିବାର ସନ୍ଧ୍ୟାରେ ବିବାହ ଭୋଜି ଆୟୋଜିତ ହୋଇଥିଲା । ଶଶଧର ସାହୁ, ସ୍ୱପ୍ନେଶ୍ୱର ପୂଜା କମିଟି, ଫତେପୁର, ମନୋହରପୁର ଓ ରେବୋ ଆଦି ଗ୍ରାମବାସୀମାନେ ଦେବମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ । 

କେନ୍ଦ୍ରାପଡା : କେନ୍ଦ୍ରାପଡାର ପ୍ରସିଦ୍ଧ ଶୈବକ୍ଷେତ୍ର ପୌରାଞ୍ଚଳ  ଅନ୍ତର୍ଗତ ଗୋପ ଗ୍ରାମସ୍ଥିତ ବାବା ଅମରେଶ୍ୱରଙ୍କ ପୀଠରେ ଶୀତଳଷଷ୍ଠୀ ଶିବ ବିବାହ ଉସôବ ଓ ମହାରୁଦ୍ରଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ସମୟରେ ଅଙ୍କୁରା ରୋପଣ ସହ ଅଧିବାସ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇ ଶୁକ୍ରବାର କଳସ ଯାତ୍ରା, ଅଗ୍ନି ସ୍ଥାପନ ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ଶନିବାର ଶିବ ବିବାହ ଉପଲକ୍ଷେ ରୁଦ୍ରାଭିଷେକ, ହୋମଯଜ୍ଞ, ଚଣ୍ଡୀପାଠ ସହ ଅଭିଷେକ ଉସôବ ପରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମରେ ନରହରି ପତି, ପ୍ରସନ୍ନଜିତ ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ହରିହର ଶତପଥୀ, ଗଙ୍ଗାଧର ମିଶ୍ରଙ୍କ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରିଥିବା ବେଳେ ମନ୍ଦିରର ମୁଖ୍ୟ ପୂଜକ ସୁଧାଂଶୁ ଶେଖର ପଣ୍ଡା ବର ପିତା ଭାବେ ଓ ଦେବେନ୍ଦ୍ର ରାଉତ କନ୍ୟା ପିତା ଭାବେ ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ । ଏହି ଯଜ୍ଞ କାର୍ଯ୍ୟରେ ଲକ୍ଷ୍ଣଣ ନାୟକ ଓ ଅମ୍ବିକା ନାୟକ କର୍ତା କର୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆସନ୍ତ କାଲିି ଅପରାହ୍ନରେ ଦେବ ଦମ୍ପତିଙ୍କ ନଗର ପରିକ୍ରମା ଅନୁଷ୍ଠିତ ହେବ । 

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକର ଫତେପୁର ସ୍ୱପ୍ନେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉସôବ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ମଙ୍ଗଳପାକ ଅନୁଷ୍ଠିତ ହୋଇଥିଲା । କନ୍ୟା କର୍ତ୍ତା ବିଷ୍ଣୁଚରଣ ଦାସ ଓ କର୍ତ୍ତୀ ମମତା ଦାସ କନ୍ୟାଦାନ କରିଥିଲେ । ଯୌତୁକ ଭାବେ ଶ୍ମଶାନ, ଷଣ୍ଢ, ନାଗ ଆଦି ଦାନ କରାଯାଇଥିଲା । ବରକର୍ତ୍ତା ଦିଲ୍ଲିପ କୁମାର ନାୟକ ଓ କର୍ତ୍ତୀ ଉତ୍ତମାରାଣୀ ନାୟକ ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟପୂଜନ ଜଗନ୍ନାଥ ପଣ୍ଡା, ନାରାୟଣ ପଣ୍ଡା, ପ୍ରସନ୍ନ ପଣ୍ଡା, ଜଗନ୍ନାଥ ପଣ୍ଡା(ଜଗୁନନା) ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଶନିବାର ସନ୍ଧ୍ୟାରେ ବିବାହ ଭୋଜି ଆୟୋଜିତ ହୋଇଥିଲା । ଶଶଧର ସାହୁ, ସ୍ୱପ୍ନେଶ୍ୱର ପୂଜା କମିଟି, ଫତେପୁର, ମନୋହରପୁର ଓ ରେବୋ ଆଦି ଗ୍ରାମବାସୀମାନେ ଦେବମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ । 

ଜୟପୁର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ରାଜୁସାହି ଅଷ୍ଟଶମ୍ଭୁ କ୍ଷେତ୍ର ପଞ୍ଚାନନ ମନ୍ଦିରଠାରେ ଶିବ ବିବାହ ଓ ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି  । ଏଥିପାଇଁ ନଗରର ବିଭିନ୍ନ ମନ୍ଦିରରେ ଦେବ ନିମନ୍ତ୍ରଣ ଦିଆ ଯାଇଥିଲା । ଏହି ବର୍ଷର ଉସôବରେ ଶିବଙ୍କ ପିତା ମାତା ଭାବରେ ଅରୁଣ କୁମାର ମିଶ୍ର  ଓ ଇତିଶ୍ରୀ ମିଶ୍ର ତଥା ପାର୍ବତୀଙ୍କ ପିତା ମାତା ଭାବରେ ପ୍ରଦୀପ ସାମନ୍ତ ରାୟ ଓ ସଂଯୁକ୍ତା ପାଢ଼ୀ ଦାୟିତ୍ୱ ନିର୍ବାହ କରିଛନ୍ତି  । ସମଗ୍ର କର୍ମ ଦୁଇ ପୁରୋହିତ ମନୋରଞ୍ଜନ ଦାଶ ଓ ସୁରେନ୍ଦ୍ର ମହାପାତ୍ର, ମନ୍ଦିର ପୂଜକ ହରିଦାସ ତ୍ରିପାଠୀ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାରତ ପଟ୍ଟନାୟକ, ନବକୃଷ୍ଣ ରଥ, ଜଗନ୍ନାଥ ମିଶ୍ର, ଶ୍ୟାମଳ ପଟ୍ଟନାୟକ, ଅଲେଖ ସାବତ, ମୀନ ନାୟକ ରହିଥିଲେ ।

ବରୀ : ବରୀ ବ୍ଲକ ଭଅଁରା ଗ୍ରାମର ନନ୍ଦଲାଲ ଜୀଉ ମଠ ପରିସରରେ ଥିବା ରାମେଶ୍ୱର ମନ୍ଦିରରେ ଆଜି ହର ପାର୍ବତୀ ବିବାହ ଅନୁଷ୍ଠିତ ହେଇଥିଲା । ଏହି ଶିବ ବିବାହ ୧୩ ବର୍ଷ ଧରି ଏଠାରେ ଅନୁଷ୍ଠିତ ହୋଇଆସୁଅଛି । ରୀତିନୀତି ଅନୁଯାୟୀ ପୂଜା, ହୋମ, ବିବାହ ଅନୁଷ୍ଠିତ ହେଇଥିଲା । ପୂଜକ ଭାବେ ରାମଚନ୍ଦ୍ରପାଢ଼ୀ, ଧରଣୀଧର ପାଢ଼ୀ ମଠର ମହାରଜ ରାମେଶ୍ୱର ଦାଶ ଉପସ୍ଥିତ ଥିଲେ । କର୍ତ୍ତା ଭାବେ ହୃଦୟ କୁମାର ଜେନା, କୌଶଲ୍ୟା ଜେନା, ବିରଞ୍ଜି ନାରୟଣ ପଣ୍ଡା, ଶାନ୍ତିଲତା ପଣ୍ଡା ଉପସ୍ଥିତ ଥିଲେ । ଶିବ ବିବାହ ଦେଖିବାକୁ ବହୁ ଶ୍ରଦ୍ଧାଳୁ ଯୋଗଦେବା ସହିତ ପ୍ରସାଦ ସେବନ କରିଥିଲେ ।