ମନ୍ଦିରରୁ ଚୋରି, ଥାନାରେ ଏତଲା
ସୋର : ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ଜହ୍ନିଆ ଗ୍ରାମର ଶିବ ମନ୍ଦିରରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରର ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏବଂ ଭିତରେ ଶିବ ଲିଙ୍ଗ ନିକଟରେ ଥିବା ୧୪ କିଲୋ ଓଜନର ଦୁଇଟି ତମ୍ବା ନାଗ ସହ ୬ ଶହ ଗ୍ରାମର ରୁପା ଅଳଙ୍କାର ଓ ଦାନ ବାକ୍ସ ଭଙ୍ଗାଯାଇ ୫ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ବାବଦରେ ପୂଜକ ଗ୍ରାମବାସୀମାନଙ୍କୁ ଅବଗତ କରିବା ପରେ ଗ୍ରାମବାସୀ ଅନନ୍ତପୁର ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଯାଇଥିଲେ । ପରେ ଏ ବାବଦରେ ଗ୍ରାମବାସୀ ଏବଂ ପୂଜକ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
