ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ
ତାଳଚେର: ତାଳଚେରରୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ଅନ୍ୟତ୍ର ଚାଲିଯିବାକୁ ନେଇ ତାଳଚେରବାସୀଙ୍କ ମଧ୍ୟରେ ଜନଅସନ୍ତୋଷ ଦେଖାଦେଇଛି । ତାଳଚେର ଶିଳ୍ପାଚଂଳରେ ବିଭିନ୍ନ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ରାଜନୈତିକ ଦଳ ଓ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଦାବି ଆନେ୍ଦାଳନ କରାଯାଉଥିବା ବେଳେ ନୂତନ କାର୍ଯ୍ୟାଳୟ ଆସିବା ପ୍ରତି ବଦଳରେ ଏଠାରେ କେଉଁକାଳରୁ ସ୍ଥାପିତ କାର୍ଯ୍ୟାଳୟ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅନ୍ୟତ୍ର ଚାଲିଯିବା ନେଇ ଢ଼େଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିବା ସହ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ଏଠାରୁ ଚାଲିଯିବାକୁ ନାପସନ୍ଦ କରିଛନ୍ତି । ତାଳଚେର ଚାଇଁପାଳ ଠାରେ ଅବସ୍ଥିତ ଥିବା ବହୁ ପୁରାତନ ଗ୍ରୀଡ଼ କାର୍ଯ୍ୟାଳୟକୁ ଉଠାଇ ନିଆଯାଇଛି । ଫଳରେ ଏଠାରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଟି ଆଉ କାର୍ଯ୍ୟକାରୀ ହେଉନାହିଁ । କେଳବ ଏସଡ଼ିଓ, ଜେଇମାନେ କାର୍ଯ୍ୟାଳୟକୁ ନିୟନ୍ତ୍ରଣ କରିବେ । ସୂଚନା ଯୋଗ୍ୟ ଯେ, ତାଳଚେରରୁ ସେଲଟାକ୍ସ କାର୍ଯ୍ୟାଳୟ, ଜମିଅଧିଗ୍ରହଣ କାର୍ଯ୍ୟାଳୟ, ଅତିରକ୍ତ ଏସପି କାର୍ଯ୍ୟାଳୟ, ଆଂଶିକ ଭାବେ ଡ଼ିଆଜି କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଫିସକୁ ପୂର୍ବରୁ ଉଠାଯାଇ ସରିଛି । ଏବେ ଦୁଇ ସପ୍ତାହ ତଳେ ବିଦୁ୍ୟତ୍ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟଟି ମଧ୍ୟ ଅନୁଗୋଳକୁ ନେବା ଜଣାପଡ଼ିବା ପରେ ତାଳଚେରରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକ୍ତନ ସାଂସଦ ଶ୍ରୀ ସାହୁ ଏହାକୁ ବିରଧ କରିବା ସହ ଶୀଘ୍ର ନିଷ୍ପତ୍ତି ପରିବତ୍ତନ କରାଯାଉ, ନତୁବା ଆଗାମୀ ଦିନରେ ତାଳଚେରବାସୀଙ୍କ ପକ୍ଷରୁ ଜନଆନେ୍ଦାଳନ କରାଯିବ ବୋଲି କଡ଼ା ଚେତବାନୀ ଦେଇଛନ୍ତି ।