ଆଖଡ଼ା ଶୋଭାଯାତ୍ରାବେଳେ ଆକ୍ରମଣ, ତିନି ଗୁରୁତର 

 ସୋର :  ଇଦ ଉଲ ଜୁହା ପାଳନ ଅବସରରେ ସୋର ପୌର ପାଳିକାରେ ଆଖଡ଼ା ଶୋଭାଯାତ୍ରା ଚାଲିଥିବା ବେଳେ ଗଣ୍ଡଗୋଳ ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ଅଭିଯୋଗ ଅନୁସାରେ ଇଟୁଆ ଗ୍ରାମର ସେକ ରହେମାନ,ଦିଦାର ଖାନ ଏବଂ ପଠାଣ ମହଲ୍ଲା ଗ୍ରାମର ରିୟାଜ ଖାନ ଛତ୍ରପୁର ଛକ ନିକଟରେ ଆଖଡ଼ା ଶୋଭାଯାତ୍ରା ଦେଖୁଥିବା ବେଳେ କାଶୀପୁର ଗ୍ରାମର ୩ ଜଣ ଯୁବକ ଖଣ୍ଡା, ହକି ଷ୍ଟିକରେ ହଠାତ୍ ଆକ୍ରମଣ କରିଥିଲେ । ଫଳରେ ସମସ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସମସ୍ତେ ଗୁରୁତ୍ତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦିଦାରର ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରିଥିଲେ । ଆଜି ଅପରାହ୍ନରେ ସମସ୍ତେ ମେଡିକାଲରୁ ଚିକିସôିତ ହୋଇ ଫେରିବା ପରେ ସେକ ରହେମାନ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।