ମରଣଯନ୍ତା ପାଲଟିଛି ଲୁଣାବନ୍ଧ ରାସ୍ତା
ଏରସମା: କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ କେଉଁଠି ମେଟାଲ । ଲୋକେ ଏବେ ଏହ ରାସ୍ତା ଦେଇ ଯା ଆସ କରିବାକୁ ଭୟ କଲେଣି । ଖାଲ ଖମାରେ ଭର୍ତ୍ତର୍ିର୍ ରାସ୍ତା ମରଣ ଯନ୍ତା ପାଲଟିଛି । ଲୋକଙ୍କ ଜୀବନ ପ୍ରତି ବିପଦ ବଢୁଥିବାରୁ ଲୋକେ ଜିବାକୁ ଡରୁଛନ୍ତି । ରାସ୍ତା କାମ ତ ହେଉଛି ହଲେ ଦିନ କେଇଟାରେ ମୋରମ ଉଠି ଯାଉଛି । ନା ଠିକାଦାରଙ୍କ ନିଘା ଅଛି ନା ପ୍ରଶାସନ ର । ଏପରି ଅବସ୍ତା ଦେଖିବାକୁ ମିଳିଛି ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନ ବାଲିତୁଠ ଲୁଣାବନ୍ଧ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଅଧିନରେ ଥିବା ଗୁଆମୁଣ୍ଡା-ଫତେପୁର ରାସ୍ତାର ବାଲିତୁଠରୁ ଗୋବିନ୍ଦପୁର ଓ ବଡବୁଦାରୁ ଗୁଆମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ବାଲିତୁଠରୁ ଗୋବିନ୍ଦପୁର ରାସ୍ତା ଉପରେ ତ୍ରିଲୋଚନପୁର, ଢିଙ୍କିଆ, ମାହାଳ, ପାଟଣା, ଗୋବିନ୍ଦପୁର ଲୋକମାନେ ପ୍ରତିଦିନ ବାଲିତୁଠ ବଜାର, ବ୍ୟାଙ୍କ, ମେଡ଼ିକାଲ ଆସିଥାନ୍ତି । ଅନ୍ୟପଟେ ବଡବୁଦାରୁ ଗୁଆମୁଣ୍ଡା ରାସ୍ତା ଉପରେ ଜାମୁକଣ, ଅନ୍ଧାରୀ, ପୋତକ, ବରବେଲାରୀ, ଗୁଆମୁଣ୍ଡା, ଉଚନୂଆଗା, ବଉଳପୂଡା, କନାଗୁଳି, ଖୁରାଣ୍ଟ, ରତନପୁର । ଲୋକମାନେ ଏହି ରାସ୍ତାଦେଇ ବାଲିତୁଠ ବଜାର, ବ୍ୟାଙ୍କ, ମେଡ଼ିକାଲ, ଆସିଥାନ୍ତି । ବର୍ତ୍ତମାନ ଏହି ଦୁଇଟି ରାସ୍ତା ମରଣଯନ୍ତା ପାଲଟିଛି । ବିଭାଗୀୟ ଅଧିକାରୀ ମରାମତି କରିବା ନାଁ ଗନ୍ଧ ଧରୁନାହାନ୍ତି । ଅନେକ ସ୍ଥାନରେ । ଏବେ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଦୁଇଟି ରାସ୍ତାକୁ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।