‘ମହକ'ର ଅଷ୍ଟମ ସଂସ୍କରଣ ଉନ୍ମୋଚିତ
କବାଟବନ୍ଧ :ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ପଞ୍ଚାୟତ ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆନୁକୁଲ୍ୟରେ ମୁଖପତ୍ର ‘ମହକ’ର ଅଷ୍ଟମ ସଂସ୍କରଣ ଉନ୍ମୋଚନ ଏବଂ ଏକାଦଶତମ ବଣମଲ୍ଲୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, ଧର୍ମଶାଳା ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ଶିକ୍ଷାବିତ୍ ଅଜୟ କୁମାର ଦାସ, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାସ, ଅନୁଷ୍ଠାନର ଉପସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ସରୋଜକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ସେବା ଓ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହାପରେ ସମାଜକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବା କ୍ଷେତ୍ରରେ ଆଦର୍ଶ ଦମ୍ପତି ରବୀନ୍ଦ୍ର କୁମାର ନନ୍ଦ ଓ ଗୀତାଞ୍ଜଳି ନନ୍ଦ, ମାନସ କୁମାର ମେହେଣା, ଶିକ୍ଷା କ୍ଷେତ୍ରରେ ଅବିନାଶ ପଣ୍ଡା, ଦିନେଶ ନାୟକ, ପ୍ରଶାନ୍ତ କୁମାର ପରିଡ଼ା, ଶୁଭାଶିଷ ପଣ୍ଡା, କ୍ରୀଡା କ୍ଷେତ୍ରରେ ବିଦ୍ୟାଧର ଛୋଟରାୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡ.ଜୟଦେବ ଶତପଥୀ ଓ ସଦସ୍ୟା ରଶ୍ମିତା ବେହେରା ସଂଯୋଜନା କରିଥିବା ବେଳେ ତୀର୍ଥବାସି ଦଳାଇ ବେଦ ପାଠ କରିଥିଲେ । ସରୋଜକାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ପଦ୍ମନାଭ ଶତପଥୀ, ପ୍ରମୋଦ କୁମାର ଶତପଥୀ, ସରୋଜକାନ୍ତ ସାହୁ, ସମ୍ପାଦକ ମାନସ ରଞ୍ଜନ ପ୍ରଧାନ, ‘ମହକ' ପତ୍ରିକାର ସମ୍ପାଦିକା ମଧୁସ୍ମିତା ଖଟୁଆ, ସଦସ୍ୟ ଲାଲମୋହନ ଶତପଥୀ, ଅନିମେଶ ପଟ୍ଟନାୟକ, ଅତୁଳ ସାହୁ, ସୁବ୍ରତ ସାହୁ ଓ ଅନୁଷ୍ଠାନର ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।