ମହଙ୍ଗା ପଡିଲା ପ୍ରତାରଣା,ବନ୍ଧାହେଲେ ଯୁବକ
ବାଲିଅନ୍ତା: ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ଓ ପରେ ବିବାହ କରିବାକୁ ମନା କରିଥିଲେ ପୁରୁଷ ବନ୍ଧୁ । ଏହାକୁ ନେଇ ବାନ୍ଧବୀ ଜଣକ ଧଉଳି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ବଳଙ୍ଗା ଥାନା ପାର୍ବତୀପୁର ନୁଆସାହି ଗ୍ରାମର ସିପୁ ଓରଫ ଜିତେନ୍ଦ୍ର ପ୍ରଧାନ । ସିପୁ ବର୍ତମାନ ବଡ଼ଗଡ଼ ଥାନା ଭୁବନେଶ୍ୱର ଗ୍ରାଣ୍ଡ ହୋଟେଲ ନିକଟ ସୁଶାନ୍ତିବିହାରରେ ରହୁଥିଲେ । ଖବରନେବାରେ ଜଣାପଡିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଏକ ବେସରକାରୀ ସଂସ୍ଥାରେ ଚାକିରି କରନ୍ତି । ୨୦୨୦ ମସିହାରେ ସିପୁଙ୍କ ସହିତ ତାଙ୍କର ମାଟ୍ରିମୋନୀ ସାଇଟରୁ ଚିହ୍ନା ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ ହୋଇଥିଲା । ଭୁବନେଶ୍ୱରରେ ଚାକିରି କରିବା ପରେ ଯୁବତୀ ଜଣଙ୍କ ଧଉଳି ଥାନା ଅଧୀନରେ ଥିବା ଏକ ଗ୍ରାମରେ ଘରଭଡା ନେଇ ରହିଥିଲେ । ସିପୁ ମଧ୍ୟ ତାଙ୍କ ସହିତ ରହିଥିଲେ । ସେଠାରେ ରହିବା ଭିତରେ ସିପୁ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ଏହିଭଳି କିଛି ଦିନ ବିତିଯିବା ପରେ ସିପୁ ଯୁବତୀଙ୍କୁ ବିବାହ କରିବାପାଇଁ ବିଭିନ୍ନ ସମୟରେ ଦିନ ପରେ ଦିନ ଗଡେଇ ଚାଲିଥିଲା । ଏପରିକି ଯୁବତୀ ଜଣଙ୍କ ଅଲଗା ଜାତିର ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କୁ ବୋହୁ ରୂପେ ଗ୍ରହଣ କରିବେନି ବୋଲି ଦର୍ଶାଇ ତାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରି ସିପୁଙ୍କୁ ଗିରଫ କରିଥିଲେ ।