ଦୋଳଗୋବିନ୍ଦ ପୂଜା ଉଦ୍ୟାପିତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ଗ୍ରାମର ପୂରାତନ ମଣ୍ଡପରେ ଅନୁଷ୍ଠିତ ବାର୍ଷିକ ଦୋଳଗୋବିନ୍ଦ ପୂଜା ସୋମବାର ରାତ୍ରରେ ଉଦଯାପିତ ହୋଇଯାଇଛି । ୧୩ ତାରିଖରେ କଳସ ପୂଜନ ଓ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ଅନାଦି ଦାସ ବୈତରଣୀ ନଦୀରୁ ଜଳଘଟ ଉତ୍ତୋଳନ କରି ସଙ୍କଳ୍ପ କରିଥିଲେ । ପୁରୋହିତ ଅଶୋକ ପଣ୍ଡା ବିଧିମତେ ପୂଜାର୍ଚ୍ଚନା କରିଥିଲେ । ଶେଷ ରାତ୍ରରେ ଭଜନସନ୍ଧ୍ୟା ଓ ବିସର୍ଜ୍ଜନ ପୂଜା ଅନୁଷ୍ଠିତ ହୋଇ ସାମୁହିକ ପ୍ରସାଦସେବନ କରାଯାଇଥିଲା । ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସରପଞ୍ଚ ପରମାନନ୍ଦ ନାୟକ, ଅଧ୍ୟାପକ ଅନାଦି ଚରଣ ସାହୁ, ବିଶ୍ୱମ୍ଭର ରାଉତ, ପ୍ରଭାର ରାଉତ, ରାଜେନ୍ଦ୍ର ସାମଲ ପ୍ରମୁଖ ପୂଜାମଣ୍ଡପରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କରିଥିଲେ । ସୁରଥ ଦାସ, ସୁଶାନ୍ତ ଦାସ, ଗଜେନ୍ଦ୍ର ଦାସ, ନରେନ୍ଦ୍ର ଦାସ, ଦୀପକ ଦାସ ପ୍ରମୁଖ ପୂଜା ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ପାଣ୍ଠିରୁ ନିର୍ମିତ ଦୋଳମଣ୍ଡପ ଠାରୁ ଦିଗାମ୍ବର ଦାସଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାକୁ ବିଧାୟକ ଉଦଘାଟନ କରିଥିଲେ ।