ତିନି ବର୍ଷ ତଳୁ ବିଧବା ମହିଳାଙ୍କ ଶିଶୁପୁତ୍ର ଜନ୍ମ


 ଧର୍ମଶାଳା:   ଧର୍ମଶାଳା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା  । ତିନି ବର୍ଷ ତଳୁ ବିଧବା ହୋଇଥିବା ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି  । ପରେ ମେଡ଼ିକାଲରୁ ପୁଅକୁ ଧରି ଫେରାର ହୋଇଯାଇଛନ୍ତି  । 
ଘଟଣାରୁ ପ୍ରକାଶ ଯେ, ମହିଳା ଜଣଙ୍କ ସ୍ୱାମୀ ନିତ୍ୟାନନ୍ଦ ଘଡ଼ାଇ ୩ ବର୍ଷ ତଳୁ ମୃତୁ୍ୟବରଣ କରିଛନ୍ତି  । ସ୍ୱାମୀଙ୍କ ମୃତୁ୍ୟ ପରେ ବାପ ଘରେ ରହି ଆସୁଥିଲେ ବିଧବା ମହିଳା ସୁଷମା ଘଡ଼ାଇ  । ସ୍ୱାମୀଙ୍କ ମୃତୁ୍ୟ ପୂର୍ବରୁ ଦୁଇଟି ପୁଅ ଓ ଗୋଟିଏ ଝିଅ ତାଙ୍କର ଥିଲା  । ହେଲେ ସେ ଶୁକ୍ରବାର ଧର୍ମଶାଳା ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ  । କିନ୍ତୁ ଶିଶୁ ଜନ୍ମ ପରେ ପିଲାଟିକୁ ଧରି ହଠାତ୍ ପ୍ରସୂତି ୱାର୍ଡରୁ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି  । ଏ ନେଇ ମେଡିକାଲ ଅଫିସର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଘଟଣାଟି ଜେନାପୁର ଥାନା ମହିସରା ଅଞ୍ଚଳର ବୋଲି ଜଣାପଡିଛି  । ସେପଟେ  ମହିଳାଙ୍କ ଶ୍ୱଶୁର ବାସୁଦେବ  ଘଡ଼ାଇ ଜେନାପୁର ଥାନାରେ ମଧ୍ୟ ଏକ ଅଭିଯୋଗ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି  । ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରରେ ତଥ୍ୟ ରହିବା କଥା  । ତତ୍ସହିତ ଆଶା କର୍ମୀ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ନିମନ୍ତେ ମେଡିକାଲ ନେଇ ଆସିବାର ନିୟମ ରହିଛି  । ମେଡ଼ିକାଲରେ ଆଡ଼ମିଶନ ବେଳେ ପଞ୍ଜିକରଣରେ ସମସ୍ତ ତଥ୍ୟ ଆଶା କର୍ମୀଙ୍କ ଦ୍ୱାରା ପ୍ରଦାନ କରାଯିବା କଥା  । ତେବେ ଏସବୁ କଟକଣାକୁ ମେଡିକାଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।