ମହଙ୍ଗା ପଡିଲା ବିଶୃଙ୍ଖଳିତ ଆଚରଣ ବଦଳିଲେ ଶିକ୍ଷକ-ଶିକ୍ଷୟିତ୍ରୀ 


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ବିଶୃଙ୍ଖଳିତ ଆଚରଣ ଏବଂ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ ବଦଳି କରିଛନ୍ତି ଘସିପୁରା ବିଇଓ ତପଧନ ସ୍ୱାଇଁ । ସୂଚନା ଅନୁଯାୟୀ ଘସିପୁରା ଶିକ୍ଷା ସର୍କଲ ଅନ୍ତର୍ଗତ ବାତୋ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦୀର୍ଘ ୬ ମାସ ଧରି କଳି ଝଗଡା, ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ଗତ ୮ ତାରିଖଏହା ଉଗ୍ରରୂପ ଧାରଣ କରି ବିଦ୍ୟାଳୟ ପରିସରରେ ହାତାହାତି ହୋଇଥିଲେ । ଗୋଟେ ପଟେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ବଶୃଙ୍ଖଳିତ ଆଚରଣ ସହିତ ଅନ୍ୟପଟେ ବିଦ୍ୟାଳୟର ଶିକ୍ଷକ ଦଣ୍ଡ ମୁକ୍ତ ଅଞ୍ଚଳରେ ୯ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ କରିଛନ୍ତି । ଅଭିଯୋଗ ମିଳିବା ପରେ ବ୍ଲକ ଶିକ୍ଷାଧିକାରୀ ତପଧନ ସ୍ୱାଇଁ ସହକାରୀ ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ମାଡ଼ ଖାଇଥିବା ଛାତ୍ରଛାତ୍ରୀ ଏବଂ କିଛି ଗ୍ରାମବାସୀଙ୍କ ନିକଟରୁ ଅଭିଯୋଗ ସମ୍ପର୍କରେ ମତାମତ ସଂଗ୍ରହ କରି ବ୍ଳକ ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ମତାମତ ତର୍ଜମା କରିବା ପରେ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ବ୍ଲକ ଶିକ୍ଷାଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କ୍ରମରେ ଶିକ୍ଷକ ସୌମ୍ୟରଞ୍ଜନ ଦଳେଇଙ୍କୁ ତାଳଗାଁ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ପ୍ରଜ୍ଞା ଅପର୍ଣ୍ଣା ଖମାରୀଙ୍କୁ ପାହାଡ଼ପୁର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତୁରନ୍ତ ସେମାନଙ୍କ ବିଦ୍ୟାଳୟରେ ଯୋଗ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।