ପିଏମକେଏସ୍ୱାଇ ଯୋଜନାରେ ବ୍ୟାପକ ଦୁର୍ନୀତି
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: କୃଷି ଓ କୃଷକର ସର୍ବାଙ୍ଗୀନ ଉର୍ଣ୍ଣତି ପାଇଁ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା କୃଷି ସିଞ୍ଚାଇ ଯୋଜନା ଧର୍ମଶାଳା ବ୍ଲକରେ ପ୍ରହସନରେ ପରିଣତ ହୋଇଛି । ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ଲକ ଓ ଜିଲ୍ଲାସ୍ତରରେ ନିୟୋଜିତ କର୍ମଚାରୀମାନଙ୍କ ଅପାରଗତା ଓ ଦୁର୍ନୀତିଖୋର ମାନବୃତି ପାଇଁ ଯୋଜନା କେବଳ ଦିଗହରା ହେଇନାହିଁ ବରଂ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଜଣାପଡିଛି । ଧର୍ମଶାଳା ବ୍ଲକରେ ଏହି ଯୋଜନାରେ ବ୍ୟପକ ଦୁର୍ନୀତି ନଜରକୁ ଆସିଛି । ଯୋଜନା କାର୍ଯ୍ୟକାରୀ ହେଉଥିବା ୯ଗୋଟି ଖୁଦ୍ର ଅଣୁ ଜଳ ବିଭାଜିକା ପ୍ରକଳ୍ପ ଅଞ୍ଚଳରେ ପୋଖରୀ ଖୋଳା, ବୃକ୍ଷ ରୋପଣ, ଅସହାୟଙ୍କୁ ଛେଳି ପାଳନ ସହାୟତା, ମହିଳା ଗୋଷ୍ଠିଙ୍କୁ ପୁଞ୍ଜି ଲଗାଣ, କୂପ ନଳକୂପ ଖନନ, ଆଦି କାମ ନାମରେ ବ୍ୟାପକ ଅର୍ଥ ହରିଲୁଟ କରାଯାଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି । ଯାହା ଅଦ୍ୟାବଧି ତଦନ୍ତ ସପେକ୍ଷ ଅଛି । ପୂର୍ବ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇନଥିବା ବେଳେ ପୁଣି ବୃକ୍ଷ ରୋପଣ ନାମରେ ଅର୍ଥ ହରିଲୁଟ କରିବା ପାଇଁ ବସୁଧା ଚାଲିଛି । ଏହି ଯୋଜନାରେ ନୂତନ ଜଳ ଉତ୍ସ ସୃଷ୍ଟି କରିବା ପାଇଁ ମିଳିଥିବା ଅନୁଦାନର ୫୦ଭାଗ ଅର୍ଥ ଖର୍ଚ୍ଚ କରିବା ପାଇଁ ନିଦେ୍ର୍ଦଶ ନାମା ରହିଥିବା ବେଳେ ଧର୍ମଶାଳାରେ ଏହି ନିୟମକୁ ଉଲଂଘନ କରାଯାଇ କେବଳ ସହାୟତା ଆଳରେ ଟଙ୍କା ବଣ୍ଟାଚାଲିଛି । ଯାହାଦ୍ୱାରା କି ଅଫିସର କର୍ମଚାରୀ ମାଲେମାଲ ହେଉଛନ୍ତି ଓ ପ୍ରକୃତ ହିତାଧିକାରୀ ଏହାର ଲାଭ ପାଇ ପାରୁନାହିଁ । ସରକାରୀ ଅନ୍ୟ ଯୋଜନାରେ ଏହି ଅଞ୍ଚଳରେ ଖନନ ହୋଇଥିବା ପୋଖରୀ ଗୁଡ଼ିକ ଏହି ଯୋଜନାରେ ଚଞ୍ଚକତାର ସହ ଭର୍ତ୍ତି କରାଇ ବ୍ୟାପକ ଅର୍ଥ କର୍ମଚାରୀମାନଙ୍କ ଦ୍ୱାରା ହରିଲୁଟ ହୋଇଥିବା ଦେଖିବାକୁ ମିଳିଛି । ଧର୍ମଶାଳା କାର୍ଯ୍ୟାଳୟରେ ନିୟୋଜିତ ଜନୈକ ଠିକା କର୍ମଚାରୀ ଧର୍ମଶାଳା କାର୍ଯ୍ୟାଳୟକୁ ନଆସି ଜିଲା କାର୍ଯ୍ୟାଳୟରେ ସମସ୍ତ ବେଆଇନ କାମକୁ କରିଚାଲିଥିବା ଅଭିଯୋଗ ହେଉଛି । ଏପରିକି ସାଇ ସପ୍ଲାୟର୍ସ ସଂସ୍ଥା ସରକାରଙ୍କ ଜିଏସଟିକୁ ବି ଫାଙ୍କି ଚାଲିଥିବା ଅଭିଯୋଗ ହେଉଛି । ଏସମ୍ପର୍କରେ ସ୍ଥାନୀୟ କୃଷକ ଗଭୀର ଅସନ୍ତୋଷ ପ୍ରକାଶ କରିବ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ଜଣାଯାଇଛି । ଏସବୁ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ କରା ନଗଲେ ଆଗାମୀ ଦିନରେ କ୍ଷତି ଗ୍ରସ୍ତ ହଉଥିବ ଚାଷୀମାନେ ଧର୍ମଶାଳା କାର୍ଯ୍ୟାଳୟ ନିକଟରେ ଆନେ୍ଦାଳନ କରିବା ସହିତ ଯୁବ ସମାଜସେବୀ ଚିତ୍ରସେନ ନାଥ ଲୋକାଯୁକ୍ତର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।