ଓଡ଼ିଆରେ ନାମ ଫଳକ ଅଭିଯାନ କାର୍ଯ୍ୟକ୍ରମ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ପୌରହିତ୍ୟରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ )ବିଶ୍ୱଜିତ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ପତାକା ଦେଖାଇ ସଚେତନ ରଥକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆଯୁକ୍ତ କୁବେର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା କଲ୍ୟାଣ ଅଧିକାରୀ ରବୀନ୍ଦ୍ର ପାଲାକାଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଅବସର ପ୍ରାପ୍ତ ସହକାରୀ ଶ୍ରମ ଅଧିକାରୀପଦ୍ମ ଚରଣ ପଣ୍ଡା, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଟ୍ରେଡ଼ ୟୁନିଅନ କର୍ମକର୍ତ୍ତା, ଚାମ୍ବରସ ଅଫ କମର୍ସର ସମ୍ପାଦକ ଓ ମେମ୍ବର ଓ ନିର୍ମାଶ୍ରମିକ, ଗଣମାଧ୍ୟମର ପ୍ରତିନିଧି ସହ ନବରଙ୍ଗପୁର ସହର ପରିକ୍ରମା କରିଥିଲେ ।