ବସକୁ ଧକ୍କା ଦେଲା ଟ୍ରକ; ୨ ମୃତ; ଦୁଇ ଗୁରୁତର
ଯାଜପୁର: କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସକୁ ସିମେଣ୍ଟ ଭୋଝେଇ ଟ୍ରକ ଧକ୍କା ଦେବାରୁ ୨ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତକଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁୁରୁତର ଥିବାରୁ ସେମାନଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସôା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକ ବସର ଚାଳକ ଏବଂ କଣ୍ଡକ୍ଟର ହୋଇଥିବା ବେଳେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲରେ ରଖାଯାଇଛି । ମର୍ମଦୁନ୍ତ ଦୁର୍ଘଟଣାଟି ଶନିବାର ଭୋର ସମୟରେ ୧୬ନଂ ଜାତୀୟ ରାଜପଥର କଡ଼େଇ ଛକନିକଟରେ ହୋଇଥିଲା । କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ସାମୋଲି ବସରେ ୫୦ରୁ ଅଧିକ ତୀର୍ଥଯାତ୍ରୀ ଜଗା ଦର୍ଶନ କରିବାକୁ ଯାଉଥିବା ବେଳେ ଏକ ସମେଣ୍ଟ ବୋଝେଇ ଟ୍ରକ ସମ୍ମୁଖ ଭାଗରେ ଧକ୍କା ଦେଇଥିଲା । ଫଳରେ ବସଟି ଆଗଅଂଶ ପୁରାଚୁରମାର ହୋଇଯାଇଥିଲା । ଟ୍ରକ ଧକ୍କାରେ ବସର ଚାଳକ ସୁରଂଜନ (୩୨) ଏବଂ କଣ୍ଡକ୍ଟର ସପନ ଜାନ (୩୫)ଙ୍କ ମୃତୁ୍ୟ ଘଟିଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ପାଖାପାଖି ଆହତ ହୋଇଥିବା ବେଳେ ଖବରପାଇ ବଡ଼ଚଣା ପୁଲିସ ଏବଂ ଚଣ୍ଡିଖୋଲ ଦମକଳ ବାହୀନ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାରଯାତ୍ରୀଙ୍କୁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିସôା ପରେ ଦୁଇଜଣଙ୍କ ଅବସ୍ଥା ଗୁୁରୁତର ଥିବାରୁ ସେମାନଙ୍କ କଟକ ସ୍ଥାନାନ୍ତର କରାଯାଇଥିଲା । ବଡ଼ଚଣା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତକ ପରିବାର ପହଁଚିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ । ତେବେ ଦୁର୍ଘଟଣା କେଉଁ କାରଣ ପାଇଁ ଘଟିଲା, ତାହା ଅସ୍ପଷ୍ଟ ଅଛି । ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।