ଏନଫୋର୍ସମେଣ୍ଟ ଟିମ୍ ଚଢ଼ଉ
ଆସିକା: ଆସିକା ଏନଏସିର ବିଭିନ୍ନ ୱାର୍ଡ ଓ ଜନଗହଳି ପୂର୍ଣ ସ୍ଥାନରେ ରହିଥିବା ହୋଟେଲ, ରେଷ୍ଟରେଣ୍ଟ ଓ ଉଠା ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଦୋକାନ ଉପରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ହୋଇଛି । କିଛି ହୋଟେଲରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ନେଇ ମୋଟ ପାଞ୍ଚଟି ଅନୁଷ୍ଠାନକୁ ୪୫ହଜାର ଟଙ୍କା ଜରିମାନା କରିଛନ୍ତି । ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଶୁଭରଞ୍ଜନ ମୁଦୁଲିଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମର ମିଳିତ ଚଢ଼ାଉ କରିଥିଲେ ।