ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରାଥମିକ କର୍ତ୍ତବ୍ୟ: ଖୁରାନିଆ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ପୁଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟ ଆରକ୍ଷୀ ମହା ନିଦେ୍ର୍ଦଶକ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ କର୍ମଶାଳାକୁ ଉଦଘାଟନ କରିଥିଲେ । ଉଦଘାଟନୀ ଭାଷଣରେ ଶ୍ରୀ ଖୁରାନିଆ ରାଜ୍ୟର ମହିଳା ଏବଂ କନ୍ୟାମାନଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ "ବିକଶିତ ଓଡ଼ିଶା ୨୦୩୬"ର ସ୍ୱପ୍ନକୁ ସାକାର କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଓଡ଼ିଶା ପୁଲିସକୁ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି । ସେଥିପାଇଁ, ସମଗ୍ର ରାଜ୍ୟରେ ୫୩୭ଟି ଥାନାରେ ଖୋଲାଯାଇଥିବା "ମହିଳା ଓ ଶିଶୁ ଡେସ୍କ’ର ସଠିକ ପରିଚାଳନା ଓ ତଦାରଖ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମହିଳା ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ନିମନ୍ତେ ରାଜ୍ୟର ୧୦୦ରୁ ଅଧିକ ଥାନାରେ ମହିଳା ଅଧିକାରୀଙ୍କୁ ଥାନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଡିଜିପି କ୍ରାଇମବ୍ରାଞ୍ଚ ବିନାୟତୋଷ ମିଶ୍ର ଉପସ୍ଥିତ ରହି ମହିଳା ସୁରକ୍ଷା ସଂକ୍ରାନ୍ତରେ ଗୁରୁତ୍ୱାରୋପ କରୁଥିଲେ । କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା ୧୩ଟି ଜିଲ୍ଲାର ଏସପି, ତଦନ୍ତକାରୀ ଅଧିକାରୀ, ତଦାରଖକାରୀ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ଡିଜିପି ମାନପତ୍ର ପ୍ରଦାନ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉସôାହିତ କରିଥିଲେ । ଏହି ସମ୍ମିଳନୀରେ ଉତ୍ତରପ୍ରଦେଶ ଡିଜିପି ରେଣୁକା ମିଶ୍ର, ଉକôଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ଃ ମିତାଲି ଚିନାରା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରଫେସର ସୁମନ ଦାସ ଭଟ୍ଟମିଶ୍ର, ଡ଼ ସୁଜାତା ମିଶ୍ର, ନିଦେ୍ର୍ଦଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସୁମିତ୍ରା ପଟ୍ଟନାୟକ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିଭାଗ, ଅନନ୍ୟା ଦାସ, ନିଦେ୍ର୍ଦଶକ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରମୁଖ ଉପସ୍ଥିତ ରହି ସମାଜରେ ମହିଳାଙ୍କ ସ୍ଥାନ ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କିତ ଉପସ୍ଥାପନ କରିଥିଲେ ।