ମହିଳା କ୍ରିକେଟ ଦଳକୁ ସମ୍ବର୍ଦ୍ଧନା
ବଲାଙ୍ଗିର : କଟକରେ ଚାଲିଥିବା ଆନ୍ତଃ ଜିଲ୍ଲା ମହିଳା ଟି-୨୦ କ୍ରିକେଟରେ ବଲାଙ୍ଗିର ଜିଲ୍ଲା ମହିଳା ଦଳ ଓ କଟକ ଜିଲ୍ଲା ଦଳ ମଧ୍ୟରେ ଗତକାଲି ବାରବାଟୀ ଷ୍ଟଡିୟମରେ ଫାଇନାଲ ଖେଳ ହୋଇଥିଲା । ଏଥିରେ ବଲାଙ୍ଗିର ଦଳ ରନର୍ସଅପ ହୋଇ ଟ୍ରଫି ସହ ୧ ଲକ୍ଷ ଟଙ୍କା ପାଇଥିଲେ । ଉକ୍ତ ଟିମ୍ ଆଜି ସକାଳେ ବଲାଙ୍ଗିର ପହଞ୍ଚିବା ସଙ୍ଗେସଙ୍ଗେ ବଲାଙ୍ଗିର କ୍ରୀଡା ସଂସଦର କାର୍ଯ୍ୟକର୍ତ୍ତା ବୃନ୍ଦ କୋଚ୍ ଅରୁଣ ନାୟକ, ଟିମ୍ ମେନେଜର ଇନ୍ଦିରା ନନ୍ଦିନୀ ନାଥ, ଅଧିନାୟିକା ମାଧୁରୀ ମେହେଟ୍ଟା, ସରିତା ମେହେର ଆଦି ସମସ୍ତ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କ୍ରୀଡା ସଂସଦ ତରଫରୁ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ଯୁଗ୍ମ-ସମ୍ପାଦକ ଶତୃଘ୍ନ ସିଂହ ଓ କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥାଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ ।