ପାନୀୟଜଳ ଯୋଗାଣରେ ବ୍ୟତିକ୍ରମ
ନୂଆପଡ଼ା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପାନୀୟଜଳ ଯୋଗାଣକୁ ନେଇ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ଥାନୀୟ ଜନସାଧାରଣ କହିବା ଅନୁସାରେ ଅଞ୍ଚଳର ସମସ୍ତେ ଏହି ପାନୀୟଜଳ ଉପରେ ନିର୍ଭର କରୁଥିବାବେଳେ କିଛି ସ୍ଥାନରେ ଏହି ପାନୀୟଜଳ ଠିକ୍ ସେ ପହଞ୍ଚôପାରୁନାହିଁ । ଯେମିତିକି ସାଗୁନଭାଡି ଗ୍ରାମରେ ଦୁଇଓଳି ପରିବର୍ତ୍ତେ ଗୋଟିଏ ଓଳି ପାନୀୟଜଳ ଦିଆଯାଉଛି, ଯାହାକି ଦୈନନ୍ଦିନ ବ୍ୟବହାର ପାଇ ନିଅଣ୍ଟ ହେଉଛି । ସେହିପରି ଚଟିଆଗୁଡା ଗ୍ରାମରେ ମଧ୍ୟ ପାନୀୟଜଳ ଯୋଗାଣର କିଛି ସମସ୍ୟା ରହିଛି । ପାଇପ୍ ଲାଇନ ବିଛାଇବାରେ କିଛି ତ୍ରୁଟିଥିବା ଯୋଗୁଁ ପାନୀୟଜଳ ଯୋଗାଣ ପ୍ରାରମ୍ଭରୁ ହିଁ ଚଟିଆଗୁଡା ହରିଜନପଡା ଠାରୁ ଉପରପଡାରେ ଥିବା ମାଝିପଡା ଓ ସାପଡାର ଲୋକେ ପାନୀୟଜଳ ପାଇବାରୁ ସଂପୂର୍ଣ୍ଣ ବଞ୍ଚôତ ରହୁଛନ୍ତି । ରାସ୍ତାର ଗୋଟିଏ ପଟେ ପାଣି ଆସୁଛି ହେଲେ ଅନ୍ୟପଟେ ଆସୁନାହିଁ । ଏନେଇ ଗ୍ରାମ ପଞ୍ଚାୟତ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଅନ୍ୟପକ୍ଷରେ ଚଟିଆଗୁଡା ଗ୍ରାମକୁ ପାନୀୟଜଳ ଯୋଗାଣ ପାଇଁ ଉଦନ୍ତୀ ନଦୀ କୂଳରେ ଝରିଆ ବଣ ନିକଟରେ ଯେଉଁ ପାଣିକୂଅ ରହିଛି, ତାହା ଅସୁରକ୍ଷିତ ଅବସ୍ଥାରେ ରହିଛି । ସେହି କୂଅର ଢାଙ୍କୁଣୀ ଉପର ଅଂଶ ସଂପୂର୍ଣ୍ଣ ଭାବେ ଢାଙ୍କି ହୋଇନଥିବା ଯୋଗୁଁ ଝରିଆ ବଣର ମାଙ୍କଡ ମାନେ କୂଅ ପାଣିକୁ ଅପରିଷ୍କାର କରୁଛନ୍ତି । କୂଅ ପାର୍ଶ୍ୱରେ, ଖୋଳା ଆକାଶ ତଳେ, ଗୋଟିଏ ଲୁହା ଚଦର ଘେରା ବାସ୍କ ମଧ୍ୟରେ ମଟର ପମ୍ପକୁ ରଖାଯାଇଛି । ବର୍ଷା ଜଳ ସେ ଭିତରେ ପଶିି ବାରମ୍ବାର ମଟର ପମ୍ପ ଖରାପ ହେବା ସାଙ୍ଗେ ଉକ୍ତ ଲୁହାଚାଦର ଯୁକ୍ତ ବାକ୍ସରେ ବିଦୁ୍ୟତ ପ୍ରବାହିତ ହୋଇ ଅନ୍ୟ ଜୀବନ ପ୍ରତି ବିପଦର ଆଶଙ୍କା ରହୁଛି । ସେହି ନିକଟରେ ବାଡ ବିହିନ ଟ୍ରାନ୍ସଫର୍ମର ମଧ୍ୟ ଅନ୍ୟ ପାଇଁ କାଳ ସାଜିଛି । ଏ ନେଇ ଅଞ୍ଚଳବାସୀ ସରକାର ତଥା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ରଖୁଛନ୍ତି ଯେ, ଜନସାଧାରଣଙ୍କ ହିତ ପାଇଁ ସେହି କୂଅକୁ ସଂପୂର୍ଣ୍ଣ ରୁପେ ଢଙ୍କା ଯାଉ, ସେଠାରେ ପମ୍ପ ଗୃହ ନିର୍ମାଣ କରାଯାଉ, ଟ୍ରାନ୍ସଫର୍ମର ଚାରି ପଟେ ଇଟା ପାଚେରୀ କରାଯାଉ, ସେଠାରେ ଥିବା କୂଅକୁ ସୁରକ୍ଷିତ ରଖିବା ପାଇଁ କୂଅ ଚାରିପଟେ ଇଟା ପଥର କଂକ୍ରିଟ କରି ପାଚେରୀର ନିର୍ମାଣ କରାଯାଉ । ଏହା ସହିତ ପାନୀୟଜଳ ଯୋଗାଣକୁ ନେଇ ହେଉଥିବା ସମସ୍ୟାର ସମାଧାନ ତୁରନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।