ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ୪୧ତମ ଶିଶୁ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଓଷ୍ଟା ସଂଘ ପକ୍ଷରୁ ବ୍ଲକସ୍ତରୀୟ ୪୧ତମ ଶିଶୁ ଉତ୍ସବ ସିଆରଏସ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସଂଘର ସଭାପତି ସମରେନ୍ଦ୍ର ନାଥ ମିଶ୍ର ପତାକା ଉତ୍ତୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ତିହିଡ଼ି ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ସଂଘର ସଭାପତି ସମରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦ୍ୟାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଓଷ୍ଟା ଜିଲା ସଭାପତି ଶଶି ଶେଖର କରଶର୍ମା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ଜିଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ଜିଲା କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ମିଶ୍ର, ବ୍ଲକ ସମ୍ପାଦକ ବିଶ୍ୱନାଥ ପଣ୍ଡା, ବ୍ଲକ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଓଷ୍ଟା ସଂଘ ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ନାୟକ, ଜୟନ୍ତ କୁମାର ବାରିକ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିଭୁପ୍ରସାଦ ସାହୁ, ସ୍ନେହାଂଶୁ ଶେଖର ନାୟକ, ଶଶଧର ଓଝା, ପୂର୍ବତନ ବ୍ଲକ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ରବିନ୍ତ ପରିହାରି, ଅବସରପ୍ରାପ୍ତ କର୍ମଚାରୀ ଚିନ୍ତାମଣି ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବାରିକ ଅତିଥିମାନଙ୍କ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଶିକ୍ଷକ ବିପ୍ଳବ କୁମାର ପହି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଜିଲା ସହ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ସୁରେଶ ଚନ୍ଦ୍ର ମହାକୁଡ଼, ଶିକ୍ଷକ ଦେବକିଶୋର ଦାସ, ଜୟନ୍ତ କୁମାର ମହାନ୍ତି, ପ୍ରଭାତ ଜେନା, ଅଭୟ ସେନାପତି, ବିଜୟ ନାୟକ, ଚିନ୍ମୟ ବେହେରା, ସୁଧାଂଶୁ ନାୟକ, ରୋଜାଲିନ ବଳ, ସନ୍ତୋଷ ପଣ୍ଡା, ନିତ୍ୟାନନ୍ଦ ମଲିକ, ଅସୀମ ସାହୁ, ସୁଧାଂଶୁ ଶେଖର ନାୟକ, ନୃସିଂହ ଚରଣ ପଣ୍ଡା, ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।