ଅଦିନିଆ ବର୍ଷାରେ ଉଜୁଡ଼ିଲା ମୁଗଚାଷ

 ଭଣ୍ଡାରୀପୋଖରୀ  : ଭଣ୍ଡାରୀପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମୁଗ ଚାଷ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି । ଆଗୁଆ ମୌସୁମୀ ଓ ଲଘୁଚାପ ଜନିତ ଲଗାଣ ବର୍ଷାରେ ଶହ ଶହ ହେକ୍ଟର ଜମିର ମୁଗଚାଷ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଋଣଗ୍ରସ୍ତ ଚାଷୀମାନେ ରାଜସ୍ୱ ଓ କୃଷି ବିଭାଗକୁ ଜଣାଇଥିଲେ ମଧ୍ୟ ତାହାର ପ୍ରତିକାର ହେଉନାହିଁ । ଚାଷୀମାନେ ପ୍ରତାପ ସେନାପତି, ସନ୍ତୋଷ ଭାରତୀଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟକୁ ଆସି କ୍ଷତିପୂରଣ ପାଇଁ ଦାବିପତ୍ର ଦେବା ସହ ଅନୁଧ୍ୟାନ ପାଇ ଅନୁରୋଧ କରିଥିବା ଜଣାଯାଇଛି ।