ଅଲିଭରିଡଲେଙ୍କ ଅଣ୍ଡାଦାନ 

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନାଶୀ-୨, ପେଣ୍ଠ ବେଳାଭୂମି, ଜଉଦିଆ, ହବାଳୀଖଟି ପ୍ରଭୃତି ସ୍ଥାନରେ ୨୫୯ରୁ ଉଦ୍ଧ୍ୱର୍ କଇଁଛ ପର୍ଯ୍ୟାୟକ୍ରମେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ଏହି ଅଣ୍ଡାଗୁଡିକୁ ସଂଗ୍ରହ କରାଯାଇ ହ୍ୟାଚେରୀ ମଧ୍ୟରେ କୃତ୍ରିମ ବସା (କଇଁଛ ଯେମିତି ଗାତ ଖୋଳି ଅଣ୍ଡା ଦେଇଥାଏ) ତିଆରି କରାଯାଇ ସେଥିରେ ଅଣ୍ଡାଗୁଡିକ ରଖି ବାଲି ଘୋଡାଇ ଦିଆଯାଉଛି । ସେହି ସ୍ଥାନରେ ଚିହ୍ନ ଦିଆଯାଇଛି । ଏଯାବତ୍ ଗଣଅଣ୍ଡାଦାନ ହୋଇନଥିବା ବେଳେ ଯେକୈ÷ାଣସି ଦିନ ଗଣ ଅଣ୍ଡାଦାନ ହୋଇଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।