ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

 ଆନନ୍ଦପୁର : ଗଛରୁ ଦିନ ଆରମ୍ଭ ଏବଂ ଗଛରୁ ଦିନ ଶେଷ ହେଉ । ଓଟିଏନ ଟିଭି ଏବଂ ସିଟି ସ୍କୁଲର ମିଳିତ ଆନୁକୂଲ୍ୟରେ  ଅନୁଷ୍ଠିତ ମା’ ପାଇଁ ଗଛଟିଏ  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ନୀଳମାଧବ ସୁନା ଯୋଗଦେଇ ଏଭଳି ଢଙ୍ଗରେ ନିଜର ମତ ରଖିଛନ୍ତି । ଫକୀରପୁର ସିଟି ସ୍କୁଲର ଅଧକ୍ଷ୍ୟ କାର୍ତ୍ତିକେଶ୍ୱର ରାଉଳଙ୍କ ଅଧକ୍ଷତା ଏବଂ ଓଟିଏନ ଟିଭିର ଏଡିଟର ସତ୍ୟରଞ୍ଜନ ଦାସଙ୍କ ପ୍ରତେକ୍ଷ୍ୟ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀ ଭାବେ ଆନନ୍ଦପୁର ବିଡ଼ିଓ ମନୋଜ କୁମାର ମହାନ୍ତ, ତହସିଲଦାର ପଲ୍ଲବୀ ପ୍ରୀୟ ଦର୍ଶିନୀ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ସାହୁ, ବିଶିଷ୍ଟ ଶିକ୍ଷାବିତ ଡ଼ଃ ଆଲୋକ ରଣା, ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ଭାଷ୍ୟକାର ନାରାୟଣ ଅର୍ଜୁନୀ, ଶିକ୍ଷୟତ୍ରୀ ବାଣୀ ଅର୍ଚ୍ଚନା, ବରିଷ୍ଠ ନାଗରିକ ମନୀନ୍ଦ୍ର ପଣ୍ଡାଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଓଟିଏନ ପରିବାର ପକ୍ଷରୁ ଅତିଥୀ ମାନେ ସମ୍ବର୍ଦ୍ଧିତ କରିଥିଲେ ।