ମା' ସୁବର୍ଣା ରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଟିଙ୍ଗିପଦର୍ ଠାରେ ମା' ସୁବର୍ଣା ରାଣୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚପ୍ରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନରହରି ବାଗ, ସମ୍ମାନିତ ଅତିଥି ଭାବେ ସମ୍ଭୁ ସାହୁ, ଦିନ ବାଗ, ହରେରାମ ମଲ୍ଲିକ, ପୁରୁଷୋତ୍ତମ ଭୋଇ, କର୍ପୂଚନ୍ ସେଠିଆ, ଶତ୍ରୁଘନ୍ ସେଠିଆ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରୀଣ୍ଡୋଲ ଏକାଦଶ ସହ ଗୋଲାମୁଣ୍ଡା ଏକାଦଶ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚ୍ରେ ଗ୍ରୀଣ୍ଡୋଲ ଏକାଦଶ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୮୨ ରନ ସଂଗ୍ରହ କରିଥିବା ବେଳେ ଗୋଲାମୁଣ୍ଡା ଏକାଦଶ ଦଳ ବ୍ୟାଟିଂ କରି ୮୩ ରନ କରି ବିଜୟୀ ହୋଇଥିଲା । ଗୋଲାମୁଣ୍ଡା ଏକାଦଶର ବବି ମ୍ୟାନ ଅଫ୍ ଦି ମ୍ୟାଚ୍ ଏବଂ ଲୁନା ମ୍ୟାନ ଅଫ୍ ଦି ସିରିଜ ହାସିଲ କରିଥିଲେ । ବିଜୟୀ ଦଳକୁ ୨୦ ହଜାର ଟଙ୍କା ପ୍ରଥମ ପୁରସ୍କାର ଏବଂ ରନର୍ସ ଦଳକୁ ୧୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ମନୁ ବିହାରୀ ଏବଂ ସତ୍ୟ ପ୍ରଧାନୀ ଅମ୍ପାୟାର କାର୍ଯ୍ୟ ତୁଲାଇଥିବା ବେଳେ ଦେବରାଜ ଭାଟି ଏବଂ ବସୁଦେବ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସେଠିଆ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ । କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।