ଜାତୀୟ କ୍ରୀଡା ଦିବସ ପାଳିତ
ପାରାଦୀପ : ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ ପାରାଦୀପ ସ୍ଥିତ ବିଜୁ ପଟ୍ଟନାୟକ ମଲ୍ଟି ପରପୋଜ ଇନଡୋର ଷ୍ଟାଡିୟମ ପରିସରରେ ଶୁକ୍ରବାର ଦିନ ଏହି କ୍ରୀଡା ଦିବସ ପାଳିତ ହୋଇଯାଇଛି । ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷିକା ସ୍ୱାଗତିକା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭଲିବଲ ପ୍ରଶିକ୍ଷକ ସଞ୍ଜୟ ଦାସ,ଗୋପବନ୍ଧୁ କ୍ରୀଡା ସଂସଦର ସମ୍ପାଦକ ଧୁନ ଚନ୍ଦ୍ର ତରାଇ, ବିଜେପି ନେତ୍ରୀ ମିନାକ୍ଷୀ ବେହେରା, ସାମ୍ବାଦିକ ସୁଧାଂଶୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହକି ଖେଳର ମହାନାୟକ ମେଜର ଧ୍ୟାନଚାନ୍ଦଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି କ୍ରୀଡା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଶେଷରେ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷିକା ସ୍ୱାଗତିକା ମହାପାତ୍ର ଉପସ୍ଥିତ ଯୁବ କ୍ରୀଡ଼ାବିତ ମାନଙ୍କୁ ବିଭିନ୍ନ କ୍ରୀଡା ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।