ମାଗଣା ଚକ୍ଷୁ ଚିକିତ୍ସା ଶିବିର

 ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍ର ଆଦିବାସୀ ଅଧୂଷିତ ଅଂଚଳ ସମିଆ ଠାରେ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇଶାନ୍ତି ଚକ୍ଷୁ ଚିକିତ୍ସାଳୟ ବାଲିଚନ୍ଦ୍ରପୁର ଓ ବଡ଼ଚଣା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରକୁ ଚିକିତ୍ସାଳୟର ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ବେହୁରା ଉଦଘାଟନ କରିଥିଲେ । ଡାକ୍ତର ଜ୍ୟୋତିପ୍ରକାଶ ପଣ୍ଡା, ଡାକ୍ତର ସନତ ଦାଶ, ଡାକ୍ତର ଚିତରଂଜନ ସିହ୍ନା ଶିବିରରେ ଉପସ୍ଥିତ ରହି ଦୁଇଶହ ରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ରୋଗୀମାନଙ୍କର ମାଗଣାରେ ରକ୍ତପରୀକ୍ଷା ଓ ଔଷଧ ବଂଟନ କରାଯାଇ ମୋତିଅବିନ୍ଦୁ ଚିହ୍ନଟ ହୋଇଥିବା ୨୦ଜଣରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସାଳୟର କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସାମ୍ବାଦିକ ପ୍ରତାପ କେଶରୀ ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜୀବ ଲୋଚନ ମହାନ୍ତି, ଆରଏସଏସର ଯାଜପୁର ଜିଲାସଭାପତି ବଟକୃଷ୍ଣ ଜେନା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାବାହୁ ଗ୍ରୁପର ପ୍ରତିଷ୍ଠାତା ଶିବପ୍ରସାଦ ସାମଲ, ସମିଆ ସରପଂଚ ବିଶ୍ୱବିଜୟି ବ୍ରହ୍ମ, ସମାଜ ସେବୀକା ସସ୍ମିତା ମଞ୍ଜରୀ ବେହେରା, ସମାଜସେବୀ ଦୀପକ ଦାଶ ପ୍ରମୁଖ ଯୋଗଦେଇଥିଲେ । ସାମ୍ବାଦିକ ଉକ୍ରଳ ପ୍ରଧାନ, ମନୋଜ ମହାନ୍ତି, ତ୍ରୈଲୋକ୍ୟ ନାୟକ, ବସନ୍ତ କୁମାର ପଲେଇ, ଦିଗମ୍ବର ମହାପାତ୍ର, ସୁଶାନ୍ତ ନାୟକ, ସୁରେନ୍ଦ୍ର ସାମଲ, ମନୋଜ ପଣ୍ଡା, ସୁଶୀଲ ଜେନା ଓ ଦୀପକ ଦାସ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସହଯୋଗ କରିଥିଲେ ।