୧୫ରୁ ରାମଚରିତ ମାନସ ପାରାୟଣ
ବ୍ୟାସନଗର : ଚଳିତମାସ ୧୫ ତାରିଖରୁ ପୌରାଞ୍ଚଳ ମହାତାବନଗର ଶ୍ରୀ ଦେବେଶ୍ୱର ମନ୍ଦିର ପରିସରରେ ଶ୍ରୀ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେବ । ୧୫ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପାରାୟଣ ସୁଚାରୁ ସମ୍ପର୍ଣ କରିବାକୁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସଦସ୍ୟଙ୍କର ନିଷ୍ପତି ଅନୁସାରେ ଶ୍ରୀ ରାମ ଚରିତ ତତ୍ୱାବଧାନ ପାଇଁ ଏକ ସ୍ୱତନ୍ତ୍ର ସବ୍କମିଟି ଗଠନ କରାଯାଇଥିଲା । ମାୟାଧର ନାୟକଙ୍କୁ ସଭାପତି, ଭାଗିରଥି ଆଚାର୍ଯ୍ୟଙ୍କୁ ସମ୍ପାଦକ ଓ ଚୈତନ ଚରଣ ବାରିକ କୋଷାଧକ୍ଷ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଶ୍ରୀ ଦେବେଶ୍ୱର ମନ୍ଦିର କମିଟିର ସମସ୍ତ ସଦସ୍ୟ, ରାମଚରିତ ମାନସର ପରାମର୍ଶ ଦାତା ଅଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ସାମ୍ବାଦିକ ହାରାଧନ ବାନାର୍ଜୀ, ହର୍ଷବର୍ଦ୍ଧନ ବେହେରା, ପୂଜକ କେଶବ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।