ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ
ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ଉଚ୍ଚÿ ମାଧ୍ୟମିକ ସ୍କୁଲରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ସଭାପତିତ୍ୱ ଓ ଜାତୀୟ ସେବା ଯୋଜନାର କୋଡ଼ିନେଟର ଅଧ୍ୟାପକ ସନ୍ତୋଷ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦେବଦାସ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ୱ ବୁଝାଇଥିଲେ । ଏହି ଅବସରରେ ଡ଼. ଅଜୟ କୁମାର କୁଣ୍ଡ, ଡ଼. ରଞ୍ଜନ ରଥ, ଡ଼. ଜୟନ୍ତ ମଲ୍ଲିକ, ପ୍ରଫେସର ଶରତ ଚନ୍ଦ୍ର ବାରିକ, ପ୍ରଫେସର ତୃପ୍ତି ରାଉତ ଓ ଶରତ ଓଝା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।