ରାଧାକୃଷ୍ଣଙ୍କ ରାସପୂଜା
ଏରସମା : ଏରସମା ବ୍ଲକ୍ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମରେ ରାଧାକୃଷ୍ଣଙ୍କ ରାସ ପୂଜା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ରାଧାକୃଷ୍ଣଙ୍କ ରାସ୍ ପୂଜା କରାଯାଉଛି । ନୀତି ଅନୁସାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁମାନେ ରାଧାକୃଷ୍ଣଙ୍କ ମଣ୍ଡପପାଖରୁ ଏକ କଳସ ଯାତ୍ରାରେ ବାଜା, ବାଣ, କୀର୍ତ୍ତନ କରି ଲୁଣାନଦୀ ଘାଟ ନିକଟରେ ପହଞ୍ଚô କର୍ତ୍ତା ସୁବାଷ ନାୟକ ପୂଜା ସାରିବା ପରେ କଙ୍କରଦିଆ ଗ୍ରାମର ଶ୍ରଦ୍ଧାଳୁମାନେ ନୀତିନିୟମ ଅନୁସାରେ ହରିବୋଲ ଓ ହୁଳହୁଳି ସହିତ ଏକ କଳସ ଯାତ୍ରାରେ ଆସି ରାଧାକୃଷ୍ଣଙ୍କ ପୂଜାମଣ୍ଡପ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ହୋଇଥିଲା । ଏହି ଅବସରରେ ରାସ୍ ପୂଜା କମିଟି ପକ୍ଷରୁ କୀର୍ତ୍ତନ ମଣ୍ଡଳୀ ସମସ୍ତ ଭାଇଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।