ରକ୍ତଦାତାଙ୍କୁ ସେବା ସମ୍ମାନ ପ୍ରଦାନ

ବାଙ୍କୀ: ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ରକ୍ତଦାତା ସର୍ବେଶ୍ୱର ସାହୁଙ୍କୁ ୨୦୨୪ ସେବା ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥ ସାମାଜିକ ଅନୁଷ୍ଠାନ ଆମ ପରିବାର ପକ୍ଷରୁ ଶ୍ରୀ ସାହୁ ୩୫ରୁ ଊଦ୍ଧ୍ୱର୍ କର୍କଟରୋଗୀ ଓ ଥାଲାସେନିଆ ରୋଗୀଙ୍କୁ ରକ୍ତଦାନ ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଓଝା, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିପାଇଁ ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ନିରଞ୍ଜନ ସାହୁ, ମୁକେଶ ରାଉତ, ଦାସରଥି ପଡିହାରୀ ପ୍ରମୁଖ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।