ଜାତୀୟ ସାଂସ୍କୃତିକ ପ୍ରତିଭା ସମ୍ମାନରେ ସୂର୍ଯ୍ୟକାନ୍ତ ସମ୍ମାନିତ

କବାଟଟବନ୍ଧ : ଧର୍ମଶାଳା ବ୍ଲକ୍ କଦମାଳ ଗ୍ରାମରବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଜେନାଙ୍କୁ ମିଳିଛି ଜାତୀୟ ସାଂସ୍କୃତିକ ପ୍ରତିଭା ସମ୍ମାନ । ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସିଏମଡିବି ଟ୍ରଷ୍ଟ ଓ ସ୍ୱରାଞ୍ଜଳି କଳା ନିକେତନ ତରଫରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୂର୍ଯ୍ୟକାନ୍ତ ଅନେକ ଗୁଡିଏ  ସ୍ୱ ସମ୍ପନ୍ନ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରେଭେନ୍ସା ବିଶ୍ୱବିଦ୍ୟାଳୟରପୂର୍ବତନ ଅଧ୍ୟାପକ ଅଜିତ ଜେନା, ମାଳିକା ପ୍ରବଚକ ବିଭୂତି ଭୂଷଣ ପାଲ, ଫୌଜ ଇଣ୍ଡିଆ ମାନବ ସମ୍ବଳ ଓ ବିକାଶ କେନ୍ଦ୍ରର ଅଧ୍ୟକ୍ଷା ସ୍ମିତା ସାମଲ, ବିଜେପିର ପବିତ୍ର ମୋହନ ଦାସ, ଚିତରଂଜନ ମହାନ୍ତି, ଈଶ୍ୱର ଚନ୍ଦ୍ର ପ୍ରଧାନ, ଫକିର ପ୍ରଧାନ, ଶିକ୍ଷକ ଦିଲୀପ କୁମାର ଆଇଚ, ପବିତ୍ର ଜେନା ସମେତ ଅନେକ ବ୍ୟକ୍ତି ଶୁଭେଛା ଜଣାଇଛନ୍ତି ।