ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିଅନ୍ସିପ୍ ଉଦ୍ୟାପିତ : ବାଜି ମାରିଲା ଟିଟିଲାଗଡ ଏଫ୍ସି

 ବଲାଙ୍ଗିର: : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷ ରୁ କମ୍ ଚାମ୍ପିଅନ୍ସିପ୍ ୨୦୨୫ ଉଦ୍ୟାପିତ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରଙ୍କ ଆୟୋଜନ ରେ ଫୁଟବଲ ଚାମ୍ପିଅନ୍ସିପ୍  ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ ଏଫ୍ସି ବନାମ ଜରାସିଂହା ଏଫ୍ସି ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳ ୧-୧ ଗୋଲରେ ଡ୍ର ହୋଇଥିଲା । ଟ୍ରାଇବ୍ରେକର ୩-୧ ଗୋଲରେ ଟିଟିଲାଗଡ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା ।  ବଲାଙ୍ଗିର ଜିଲ୍ଲାପାଳ ଗୋ÷÷ରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ।  ଓଡିଶା ରାଜ୍ୟ ଫୁଟବଲ ସଂଘ ସଭାପତି ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । କ୍ରୀଡା ସଂସଦର ସାଧାରଣ ସଂପାଦକ ତଥା ଆୟୋଜନ କମିଟିର ଆବାହକ ହରିନାରାୟଣ ପୁଜାରୀ ଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘନ ସିଂ, ଡେପୁଟି କଲେକ୍ଟର ରାଜେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ,  ଡିପିଇଓ ପ୍ରଦୀପ କୁମାର ପାତ୍ର ଓ ପୂର୍ବତନ ଖେଳାଳି ସଦାନନ୍ଦ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ·ନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ, କୈଳାସ କର୍ତ୍ତି, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା ପ୍ରମୁଖ ମଂଚାସୀନ ଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ସଂଜିବ ମହାରଣା, ସୁଦର୍ଶନ ସେଠ, ଦୋଳ ଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧରୁଆ, ଜ୍ୟୋତି ମହାନନ୍ଦ ଓ ନରସିଂସ୍ୱାମୀ ନାଇଡୁ ରେଫରି ଭାବେ ଖେଳକୁ ପରି·ଳନା କରିଥିଲେ । ପରିଶେଷରେ ଶରତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।