ମାଦକଦ୍ରବ୍ୟ ବିରୋଧରେ ସଚେତନତା 

 କୁଅଖିଆ : ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ସେବନ ଯୋଗୁଁ ଅନେକ ଲୋକଙ୍କ ଜୀବନ ହାନୀ ହେଉଥିବା ନେଇ ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବରୀ ବ୍ଲକର ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଅସୀତ୍ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ବିସ୍ଏସ୍ ଓ ରଂଜିତ୍ ସାହୁ, ବିଏଲ୍ଏଫ୍ ଜ୍ୟୋସ୍ନାରାଣୀ ନାଥ ଶର୍ମା, ରସୁଲପୁର ଓ ଆଇସି ଶ୍ରୀକାନ୍ତ ପଣ୍ଡା ଯୋଗ ଦେଇ ବଜାରରେ ମିଳୁଥିବା ଅପମିଶ୍ରିତ ଏବଂ ବିଶାକ୍ତ ମାଦକଦ୍ରବ୍ୟ ସେବନର ଅପକାରିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଫେଡେରେସନର ସଭାପତିଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ ।