ଗହୀରମଥାରେ ଟ୍ୟାଗିଂ ଅଲିଭରିଡ୍ଲେ 

 ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନାଶୀ-୨ ଓ ନାଶୀ-୧ରେ ଗଣଅଣ୍ଡାଦାନ ଜାରି ରହିଛି । ଏହି ଗଣଅଣ୍ଡାଦାନରେ ଦେଖିବାକୁ ମିଳିଛି ଟ୍ୟାଗିଂ ହୋଇଥିବା ୮ଟି ମା କଇଁଛ । ଅଲିଭରିଡଲେ କଇଁଛ ନଭେମ୍ବରର ପ୍ରଥମ ସପ୍ତାହରୁ ଗହୀରମଥାକୁ ଆସିଥାଏ । ଅପ୍ରେଲ ମାସ ଶେଷ ଓ ମେ ମାସ ପ୍ରଥମ ସପ୍ତାହ ସୁଦ୍ଧା ସେମାନେ ଗହୀରମଥାରୁ ଫେରି ଯାଆନ୍ତି । ଦୀର୍ଘ ସାତମାସରୁ ଊଦ୍ଧ୍ୱର୍ କାଳ ଧରି ସେମାନେ କେଉଁଠି ରହନ୍ତି, କଣ କରନ୍ତି ଏସବୁ ଜାଣିବା ପାଇଁ ଗବେଷଣା ଜାରି ରହିଛି । ଗହୀରମଥା ଉପକୂଳକୁ ବିଶ୍ୱର ୫୦ଭାଗ ଅଲିଭରିଡଲେ ମା କଇଁଛ ଅଣ୍ଡାଦାନ କରିବାକୁ ଆସୁଛନ୍ତି । ଋଷିକୂଲ୍ୟା, ଦେବୀନଦୀ  ଓ ଗହୀରମଥାରେ କିଛି କଇଁଛଙ୍କୁ ଟ୍ୟାଗିଂ କରାଯାଇଥିଲା । ୨୦୨୦-୨୧ମସିହାରେ ଜିୟୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବହୁ ସଂଖ୍ୟାରେ କଇଁଛଙ୍କୁ ଟ୍ୟାଗିଂ କରିଥିଲେ । ଟ୍ୟାଗିଂ କଇଁଛଙ୍କ ମଧ୍ୟରୁ ଚଳିତ ବର୍ଷ ଚାଲିଥିବା ଗଣଅଣ୍ଡାଦାନର ତୃତୀୟ ଦିବସ ସୁଦ୍ଧା ୮ଟି ମା କଇଁଛ ଦେଖିବାକୁ ମିଳିଛି ।