ମାନବସମ୍ବଳର ଉପଯୁକ୍ତ ପ୍ରୟୋଗ ହେଲେ ବିକାଶ ସମ୍ଭବ ହେବ’
ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର: ମାନବସମ୍ବଳର ଉପଯୁକ୍ତ ପ୍ରୟୋଗ ହେଲେ ବିକାଶ ସମ୍ଭବ ହେବ । ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ତଥା ପରିଚାଳନା କମିଟିର ସଭାପତି ଲଙ୍କେଶ୍ୱର ଅମାତ ଏହା ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀଙ୍କ ପୌରୋହିତ୍ୟ ଓ ପ୍ରାଧ୍ୟାପକ ଦିଲୀପ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଯୋଗଦେଇ ଶ୍ରୀ ଅମାତ ଶ୍ରୀମଦ୍ ଭଗବତ୍ ଗୀତାର ଶ୍ଲୋକର ବ୍ୟାଖ୍ୟାନ କରି ମୂଲ୍ୟବୋଧଭିତିକ ନୈତିକଶିକ୍ଷା ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ଅଧ୍ୟକ୍ଷ ଡଃ ନିରଞ୍ଜନ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ କଲେଜ ୫୯ ବର୍ଷରେ ପଦାର୍ପଣ କରି ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଣ୍ଟିଛି । ଉତ୍ତମ ଶୈଖିକ ପରିବେଶ ସୃଷ୍ଟିକଲେ ମହାବିଦ୍ୟାଳୟର ବିକାଶ ସହ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢ଼ୀ ଅତିଥି ପରିଚୟ ଓ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ସ୍ୱାଗତ ଭାଷଣ ଦେବା ସହ ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥଲେ । ଏହି ଅବସରରେ ଅତିଥି ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ବାଣିଜ୍ୟ ବିଭାଗର +୨ ଓ +୩ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଓ ଛାତ୍ରୀଙ୍କୁ ନିରଦ ଭୂଷଣ ନାୟକ ସ୍ମାରକୀ ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଅବସରରେ ବ୍ୟାସ ବକ୍ତୃତା ମାଳା ଓ ଶ୍ରୀ ଜଗନ୍ନାଥ ଇତିବୃତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରଶାସନିକ ଅଧିକାରୀ ଅଜୟ କୁମାର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପୁହାଣ, ସ୍ୱର୍ଣଲତା ତ୍ରିପାଠୀ, ବରିଷ୍ଠ ଓକିଲ ଚନ୍ଦ୍ରଶେଖର ପଣ୍ଡା, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଅଧ୍ୟାପକ ରଣଜିତ୍ ପହି, ସନାତନ ଦାସ, ବିବେକାନନ୍ଦ ଜେନା,ଡଃ ଗୋଲକ ମହାକୁଡ଼, ଅଜୟ ପଣ୍ଡା, ଡଃ ଦଶରଥ ସାହୁ, ଡଃ ପୁନପୁନ୍ ଦାସ, ଡଃ ଚିରସ୍ମିତା ମିଶ୍ର, ଗୁରୁଚରଣ ସାହୁ,ଦିପ୍ତିମୟୀ ଦାସ, ଭାଗ୍ୟଲକ୍ଷ୍ମୀ ଦାସ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବାଉରୀବନ୍ଧୁ ଦାସ, ଶରତ ଜେନା, ସନ୍ତୋଷ ପରିଡ଼ା, ରିନା ରାୟ, ବୈଜୟନ୍ତ ବଳ, ରବୀନ୍ଦ୍ର ରାଉଳ, ହରିହର ପ୍ରମୁଖ ସହାୟତା କରିଥିଲେ ।